ଆରପାରିରେ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି

କଳାହାଣ୍ଡି ଭବାନୀପାଟଣା ମାଣିକେଶ୍ୱରୀ ୟୁନିଭରସିଟିର ପ୍ରଥମ ଭି.ସି ସଞ୍ଜୟ ଶତପଥୀଙ୍କ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେ ବହୁଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତ ଅକ୍ଟୋବର ଠାରୁ ଦେହ ଅସୁସ୍ଥ ଥ‌ିବା ନେଇ ସେ ବିଶ୍ବବିଦ୍ୟାଳୟରୁ ଛୁଟି ନେଇଥିଲେ। ୨୦୨୧ ଏପ୍ରିଲ ମାସରେ ସେ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ଯୋଗଦାନ କରିଥିଲେ। ସେ ଆସିବା ପରଠାରୁ ବିଶ୍ବବିଦ୍ୟାଳୟର ଅନେକ ଉନ୍ନତିମୂଳକ କାମ କରିଥିଲେ । ସେ ସିଧାସଳଖ ପିଲାଙ୍କ ସହ ମିଶି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ । ପିଲାଙ୍କ ସମସ୍ୟା ବୁଝୁଥିଲେ ଓ ସମାଧାନର ବାଟ ମଧ୍ୟ କହୁଥିଲେ । ସେଥିପାଇଁ ପ୍ରତି ଛାତ୍ରଛାତ୍ରୀଙ୍କ ପ୍ରିୟ ଥିଲେ ସଂଜୟ ସାର । ସେ ଜଣେ ସୁ ବକ୍ତା, ଉଦ୍ଘୋଷକ ଓ ଭଲ ଗୀତ ବି ଗାଉଥିଲେ । ତାଙ୍କ ମୃତ୍ୟୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

You might also like