ଆଜିଠୁ ଟୁଇନସିଟିରେ ଗାଡି ଚେକିଂ କଡ଼ାକଡ଼ି
ସାବଧାନ ହୋଇଯାଆନ୍ତୁ ଅମାନିଆ ଗାଡି ଚାଳକ । ହେଲମେଟ୍ ପିନ୍ଧିନଥିଲେ, ଗାଡିର କାଗଜପତ୍ର ଠିକ୍ ନଥିଲେ, ଗାଡିର ଇନ୍ସୁରାନ୍ସ ନଥିଲେ କିମ୍ବା ମଦ ମିଇ ଟ୍ରାଫିକରେ ଧରାପଡିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । କେବଳ ଏତିକି ନୁହେଁ ନାବାଳକ କିମ୍ବା ନାବାଳିକା ଗାଡି ଚଲାଉଥିବାର ଧରାପଡିଲେ ମଧ୍ୟ ଲାଗିବ ମୋଟା ଅଙ୍କର ଫାଇନ୍ । ରାଜଧାନୀ ଭୁବନେଶ୍ୱରର ପ୍ରତିଟି ସ୍ଥାନରେ ହେବ କଡାକଡି ଚେକିଂ । କଳାକାଚ, ବିକଟାଳ ହର୍ଣ୍ଣ, ଫିଲ୍ମ ଆଦି ଚେକିଂ ପୂର୍ବରୁ କାଢି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ନଚେତ୍ ଜରିମାନା ଲାଗିବ ବୋଲି ବୋଲି ସୂଚନା ଜାରି କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖାଯିବ ।
ରାଜ୍ୟରେ ଦୁର୍ଘଟଣା ବଢିବାରେ ଲାଗିଛି । ମଦ ପିଇ ଅଧିକାଂଶ ଦୁର୍ଘଟଣା ଘଟୁଥିବା ସୂଚନାରୁ ଜଣାପଡିଛି । ଏହା ବ୍ୟତିତ ବିନା ହେଲମେଟରେ ଗାଡି ଚଲାଇବା ବିପଦ ସାଜୁଛି । ବିଭିନ୍ନ ସମୟରେ ଦେଖାଦେଇଛି କି, ହେଲମେଟ୍ ନଥିବା କାରଣରୁ ଚାଳକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେଣୁ ଟ୍ରାଫିକ୍ ନିୟମକୁ ମାନିବା ନିହାତି ଆବଶ୍ୟକ । ଯେଉଁମାନେ ଟ୍ରାଫିନ୍ କଟଣା ନମାନିବେ ସେମାନେ ଏଣିକି ତଣ୍ଡ ଗଣିବେ । କରୋନା ପରଠୁ ଗାଡ଼ି ଚେକିଂ ବନ୍ଦ ରହିଥିଲା । ହେଲେ ପୁଣି ଆକ୍ସନ ମୋଡରେ କମିଶନରେଟ ପୋଲିସ । ତେବେ ଚେକିଂ ଆରମ୍ଭ ହେବା ପୂର୍ବରୁ ଉଲ୍ଲଘଂନ କରିଥିବା ଜିନିଷକୁ ତୁରନ୍ତ କାଢି ଦେବା ପାଇଁ ସତର୍କ କରାଇଥିଲା ପୋଲିସ ।
