ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଉପ-ରାଷ୍ଟ୍ରପତି

ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି । ଏହା ସହ ଅନେକ ଶିଳ୍ପପତି ଏବଂ VVIP ମଧ୍ୟ ପୁରୀ ଆସି ରଥଯାତ୍ରା ଦେଖିବେ ।ରଥଯାତ୍ରା ପାଇଁ ପୁରୀକୁ କୋଣ ଅନୁକୋଣରୁ ଭକ୍ତ ଆସିବେ, ଦର୍ଶନ କରିବେ । ସେଥିପାଇଁ ପରିବହନ ବିଭାଗ ତରଫରୁ ପ୍ରତି ଜିଲ୍ଲାରୁ ବସ୍‌ ଆସିବ । ୨୮ଟି ଜାଗାରେ ପାର୍କିଂ ବ୍ୟବସ୍ଥା ହୋଇଛି । ୧୧ଟି କ୍ରେନ ମୃତ୍ୟୟନ ହୋଇଛି । ୨୦୦ଅଟୋ ମାଗଣା ସେବା ଦେବେ । ମାଗଣା ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଘରୋଇ ବସ ଚଢା ଦର କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ବସରେ ଲାଗିଛି ଦରର ଲିଷ୍ଟ ।

You might also like