ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌

ଆଜି ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱରର ଶୈଳଶ୍ରୀ ବିହାର, ରୁଦ୍ରପୁର, ଡୁମୁଡୁମା ଅଞ୍ଚଳରେ ଥିବା ଘର ଏବଂ ବାଲେଶ୍ୱରର ସୋର, ରେମୁଣା, ବାଲେଶ୍ୱର ସଦର ଆଦି ଅଞ୍ଚଳରେ ଥିବା ବାସ ସ୍ଥାନ ରହିଛି। ବର୍ତ୍ତମାନ ଯାଏଁ କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି ।

You might also like