ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଲାଞ୍ଚ ନେଇ ଧରାପଡ଼ିଲେ ସମ୍ବଲପୁର ଜିଲା ମାନେଶ୍ବର ଅତିରିକ୍ତ ତହସିଲଦାର। ମାନେଶ୍ବର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜମିର କିସମ ପରିବର୍ତ୍ତନ ପାଇଁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ । ଚାଷ ଜମିକୁ ଘରବାଡି କିସମରେ ପରିବର୍ତ୍ତନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଜମି ମାଲିକ ୬ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ମାଡି ବସିଛି । ତାଙ୍କ ନିକଟରୁ ସମସ୍ତ ଟଙ୍କା ଉଦ୍ଧାର କରାଯାଇଛି ଏବଂ ପ୍ରମାଣ ଭାବରେ ତାହା ଜବତ କରାଯାଇଛି । ଅନୁପାତିକ ସମ୍ପତ୍ତି ତଦନ୍ତର ଅଂଶ ସ୍ୱରୂପ, ଅଭିଯୁକ୍ତଙ୍କ ସହିତ ଜଡିତ ତିନୋଟି ଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି ।

You might also like