ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ କାଠ; ଆଇନମନ୍ତ୍ରୀ
ଦୀଘାରେ ଜଗନ୍ନାଥ ଧାମ ବିବାଦକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକ ଶେଷ ପରେ ଖବରଦାତା ସମ୍ମିଳନୀରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣକୁ ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି।ବଳକା ଦାରୁରୁ ମୂର୍ତ୍ତି ତିଆରି ହେବା କଥା ପୁରା ମିଛ । ନିମ୍ବ କାଠରେ ତିଆରି ହୋଇଛି ମହାପ୍ରଭୁ । ପଶ୍ଚିମବଙ୍ଗ ସରକାର ଧାମ ଶବ୍ଦର ବ୍ୟବହାର କରିପାରିବେନାହିଁ । କାହିଁକି ନା ଏହା କେବଳେ ଚାରି ଧାମରେ ବ୍ୟବହାର କରାଯିବ । ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେହିପରି ସେବାୟତଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଶ୍ରୀମନ୍ଦିର ସେବାୟତ ଅନ୍ୟ କେଉଁଠି ପୂଜା କରିବା ନେଇ ବିଧି ନାହିଁ । ସେବକମାନେ ଗଣମାଧ୍ୟମକୁ ଆସି ପୂଜା ବିଧି ବିଷୟରେ ଯାହା ମନ୍ତବ୍ୟ ରଖୁଛନ୍ତି, ସେଥିପାଇଁ ମାର୍ଗଦର୍ଶିକା ଆସିବ । ସେହିପରି ଦଇତାପତି ନିଯୋଗ ସଭାପତି ଯେଉଁ ବୟାନ ଦେଇଥିଲେ, ତାହା ସ୍ଲିପ୍ ଅଫ୍ ଟଙ୍ଗ ବୋଲି ଖୋଦ୍ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି । ଭୁବେନେଶ୍ୱରରେ ସୁଦର୍ଶନ ମହାରଣା ପାଖରୁ ତିଆରି କରି ନେଇ ସେ ଲିଖିତ ଜଣାଇଛନ୍ତି ।
