ୱାକଫ ବିଲ୍ ଏସସି ଦ୍ୱାରା ବାତିଲ ହୋଇପାରିବ କି?

ଯଦି କୌଣସି ବିଲ୍ ଆଇନରେ ପରିଣତ ହୋଇଯାଇଛି, ହେଲେ ସମ୍ବିଧାନ ଅନୁଯାୟୀ ଏଥିରେ କାର୍ଯ୍ୟ କରାଯାଇ ନାହିଁ, ତେବେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ । ଯଦି ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ, ତେବେ ବିଲକୁ ବାତିଲ କରିହେବ ଏବଂ ସେହି ଆଇନକୁ ମଧ୍ୟ ରଦ୍ଦ କରାଯିବ । ଯଦି ଧାର୍ମିକ ସ୍ୱାଧୀନତାର ଅଧିକାର ଉଲ୍ଲଂଘନ କରାଯାଉଛି, ଯଦି ସମ୍ବିଧାନରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ସମ୍ପ୍ରଦାୟକୁ ଦିଆଯାଇଥିବା ଅଧିକାର କ୍ଷୁର୍ଣ୍ଣ ହେଉଛି, ତେବେ ଏହାକୁ ବାତିଲ୍ କରିପାରିବେ ସୁପ୍ରିମକୋର୍ଟ । ତେବେ ଧାରା ୩୨ ଅନୁଯାୟୀ ଏହି ଚ୍ୟାଲେଞ୍ଜ କରାଯାଏ । ଆଇନରେ ପରିଣତ ହେବା ପରେ ବି ଏହା ଉପରେ ସୁପ୍ରିମକୋର୍ଟଙ୍କ ସମୀକ୍ଷା କରିବାର ଅଧିକାର ରହିଛି । ଏପରି ଅନେକ ମାମଲା, CA-NRC ମାମଲା, ଧାରା ୩୭୦ର ଅପସାରଣକୁ ଭଳି ପ୍ରସଙ୍ଗ, ଯେଉଁଥିରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

You might also like