କେନ୍ଦ୍ର ସରକାରଙ୍କ ଜାତି ଜନଗଣନା କ’ଣ?

ଦେଶ ସ୍ବାଧୀନ ହେବା ପରଠାରୁ ଥରୁଟିଏବି ଜାତି ଜନଗଣନା ହୋଇନାହିଁ । ଶେଷଥର ପାଇଁ ବ୍ରିଟିଶ ଶାସନ ସମୟରେ 1931ରେ ଏପରି ଜନଗଣନା ହୋଇଥିଲା । ସ୍ୱାଧୀନ ଭାରତରେ ଦଶ ବର୍ଷୀୟ ଜନଗଣନାରୁ ବ୍ୟାପକ ଜାତି ଗଣନାକୁ ବାଦ ଦେଇଥିଲା । କେବଳ SC ଏବଂ ST ବର୍ଗ ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହକୁ ସୀମିତ କରିଥିଲା । ଚଳିତ ଥର କିନ୍ତୁ ସ୍ବାଧୀନ ଭାରତରେ ପ୍ରଥର ଥର ପାଇଁ ଜାତିଭିତ୍ତିତ ଜନଗଣନା ହେବ ।ଭାରତର ଜନଗଣନା କାର୍ଯ୍ୟ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ରେଜିଷ୍ଟ୍ରାର ଜେନେରାଲ ଆଣ୍ଡ ସେନସସ କମିଶନର ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ହୁଏ।
ଜାତି ଜନଗଣନା କରିବା ନେଇ ନିଷ୍ପତ୍ତି ସରକାରଙ୍କ ନୀତି ଏବଂ ରାଜନୈତିକ ଆଲୋଚନା ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ, ୨୦୧୧ରେ ଏକ ସ୍ୱତନ୍ତ୍ର ସାମାଜିକ-ଅର୍ଥନୈତିକ ଓ ଜାତି ଜନଗଣନା (SECC) କରାଯାଇଥିଲା।ଜନଗଣନା କର୍ମଚାରୀମାନେ (ସାଧାରଣତଃ ସରକାରୀ କର୍ମଚାରୀ କିମ୍ବା ଶିକ୍ଷକ) ଘରେ ଘରେ ଯାଇ ଜନସାଧାରଣଙ୍କଠାରୁ ତଥ୍ୟ ସଂଗ୍ରହ କରନ୍ତି। ଏଥିରେ ଜାତି, ଧର୍ମ, ଶିକ୍ଷା, ଆୟ, ରୋଜଗାର ଇତ୍ୟାଦି ବିଷୟରେ ପ୍ରଶ୍ନ ପଚରାଯାଏ।

ଜାତି ଜନଗଣନା କଣ ? ଜାତି ଜନଗଣନା ଅର୍ଥ ହେଉଛି ଜନଗଣନା ସମୟରେ ଜାତି-ଭିତ୍ତିକ ତଥ୍ୟ ସଂଗ୍ରହ କରିବା । ଏହି ତଥ୍ୟ ଜାତି ଗୋଷ୍ଠୀର ବଣ୍ଟନ, ସେମାନଙ୍କର ସାମାଜିକ-ଆର୍ଥିକ ଅବସ୍ଥା, ଶିକ୍ଷାଗତ ସ୍ଥିତି ଏବଂ ଅନ୍ୟାନ୍ୟ ସମ୍ପର୍କିତ କାରଣଗୁଡ଼ିକ ଉପରେ ବିବରଣୀ ପ୍ରଦାନ କରେ । ଜାତି ଜନଗଣନା ପଛରେ ଧାରଣା ହେଉଛି ସାଧାରଣ ଜନଗଣନା ସମୟରେ ଜାତି ବିଷୟରେ ପ୍ରଶ୍ନ ଅନ୍ତର୍ଭୁକ୍ତ କରିବା । ସରଳ ଭାଷାରେ କହିବାକୁ ଗଲେ ଜାତିଗତ ଜନଗଣନା ଜାତିଭିତ୍ତିକ ଜନସଂଖ୍ୟା ତଥ୍ୟ ସର୍ଭେ କରେ, ଯେଉଁଥିରେ ସାଧାରଣ ବଣ୍ଟନ, ସାମାଜିକ-ଆର୍ଥିକ ସ୍ଥିତି, ଶିକ୍ଷା ସ୍ତର ଏବଂ ଅନ୍ୟାନ୍ୟ ସମ୍ପର୍କିତ ଜନସଂଖ୍ୟାଗତ ବିବରଣୀ ଅନ୍ତର୍ଭୁକ୍ତ ।

You might also like