ବାରବାଟୀ ୱାନ ଣ୍ଡେ ପାଇଁ ଏବେଠାରୁ ପିଚ୍‌ ଏବଂ ଆଉଟଫିଲ୍ଡ ଉପରେ ସ୍ବତନ୍ତ୍ର ନଜର 

ବାରବାଟୀ ଦିନିକିଆକୁ ଆଉ ଦିନ କେଇଟା ସମୟ ବାକିଥିବା ବେଳେ ମ୍ୟାଚର ସଫଳ ପରିଚାଳନା ପାଇଁ ଚାଲିଛି ପ୍ରସ୍ତୁତି । ତେବେ ଆସନ୍ତା ୯ ତାରିଖ ଦିନ ହେବାକୁ ଥିବା ମ୍ୟାଚଟି ଯେମିତି ହାଇସ୍କୋରିଂ ମ୍ୟାଚ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବାରବାଟୀ ।ତାକୁ ଆଖିରେ ରଖି ବାରବାଟୀର ପିଚ ପ୍ରସ୍ତୁତ କରାଯାଉଛି। ଯଦିଓ ପଡିଆ ମଝିରେ ୫ ଟି ପିଚ ପ୍ରସ୍ତୁତ ହୋଇ ରହିଛି । କିନ୍ତୁ ଫେବୃୟାରୀ ୯, ୱାନ ଣ୍ଡେ ପାଇଁ ୨ ଟି ପିଚକୁ ଫୋକସରେ ରଖାଯାଇଛି। ମୁମ୍ବାଇରୁ ଅଣାଯାଇଥିବା ନାଲି ମାଟିରେ ଗୋଟିଏ ପିଚ, ଅନ୍ୟଟି କଳାହାଣ୍ଡିର କଳା ମାଟିରେ ପ୍ରସ୍ତୁତ ହୋଇଛି। କିନ୍ତୁ ଆୟୋଜକ ଓସିଏ ଚାହୁଁଛି ବ୍ଲାକ ସଏଲ ପିଚରେ ହିଁ ମ୍ୟାଚ ହେଉ। କାରଣ ପୂର୍ବରୁ ଏହି ପିଚ ଅଧିକ ଇଫେକଟିଭ ହୋଇଛି, ହେଲେ ଚୂଡାନ୍ତ ନିଷ୍ପତ୍ତି ରହିବ ମ୍ୟାଚ ରେଫରୀଙ୍କ ପାଖରେ ।ଫେବୃଆରି ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏକଦିବସୀୟ କ୍ରିକେଟ ମ୍ୟାଚକୁ ଷ୍ଟାଡିୟମରେ ବସି ପ୍ରାୟ ୪୫ ହଜାର ଦର୍ଶକ ଦେଖିବେ । ଏଥି ସ‌ହିତ ମ୍ୟାଚ ପରିଚାଳନା ଓ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରାୟ ୫ ହଜାର ଲୋକ ଷ୍ଟାଡିୟମରେ ନିୟୋଜିତ ରହିବେ ।

ଏଭଳି ସ୍ଥିତିରେ ନିୟମ ଅନୁସାରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏଥିପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ନିଜର ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ଅତିରିକ୍ତ ଶତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି ଓସିଏ ।ଏହା ଭିତରେ ବାରବାଟୀର ପିଚ୍ ଏବଂ ଆଉଟଫିଲ୍ଡ ପ୍ରସ୍ତୁତିକୁ ନୀରିକ୍ଷଣ କରିସାରିଛନ୍ତି ବିସିସିଆଇ ଚିଫ କ୍ୟୁରେଟର ଆଶିଷ ଭୈମିକ। କିନ୍ତୁ ବର୍ତମାନର ସ୍ଥିତି କହୁଛି କି ୯ ତାରିଖରେ ହେବାକୁ ଥିବା ୱାନ ଣ୍ଡେ ପାଇଁ କାକର ଏକ ପ୍ରମୁଖ ସମସ୍ୟା ହେବାଟା ନିଶ୍ଚିତ। ଯାହାକୁ ନିୟନ୍ତ୍ରଣ କରିବାଲାଗି, ନୂଆ ସୁପର କିଣିଛି ଓସିଏ। ହେଲେ ମ୍ୟାଚର ୩ ଦିନ ଆଗରୁ ଆଉଟଫିଲ୍ଡରେ ସ୍ବତନ୍ତ୍ର କେମିକାଲ ସ୍ପ୍ରେ କରାଯିବ। ମ୍ୟାଚ ଦିନ ଆବଶ୍ୟକ ପଡିଲେ ମାନୁଆଲ ପ୍ରସେସରେ ଡ୍ୟୁ କଣ୍ଟ୍ରୋଲ କରିହେବ ବୋଲି ଓସିଏ କ୍ୟୁରେଟର କହୁଛନ୍ତି।

You might also like