୧୪ ବର୍ଷ ଧରି ଲକ୍ଷ୍ମଣ ଙ୍କ ସ୍ତ୍ରୀ ଉର୍ମିଳା କାହିଁକି ସୋଇରହିଥିଲେ ??

ବନବାସ ଯିବା ସମୟରେ ଶ୍ରୀରାମଚନ୍ଦ୍ର ନିଜ ପତ୍ନୀ ସୀତାଙ୍କୁ ସାଂଗରେ ନେଇ ଯାଇଥିଲେ । କିନ୍ତୁ ଲକ୍ଷ୍ମଣ ଦୀର୍ଘ ୧୪ବର୍ଷ ନିଜ ପତ୍ନୀଙ୍କୁ ଛାଡି ବଣରେ ରହିଥିଲେ । ବନବାସକୁ ଯିବା ସମୟରେ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମୀଳା ମଧ୍ୟ ଲକ୍ଷ୍ମଣଙ୍କ ସହ ବନକୁ ଯିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଲକ୍ଷ୍ମଣ ତାଙ୍କୁ ବନକୁ ଯିବା ଲାଗି ବାରଣ କରିବା ସହ ୪ମାତାଙ୍କ ସେବା କରିବାକୁ ନିର୍ଦ୍ଦେଶ ଦେଇ ଭାଇ ଓ ଭାଉଜଙ୍କ ସହ ବନବାସରେ ଚାଲିଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମଣଙ୍କ ପତ୍ନୀ ଉର୍ମୀଳା ହେଉଛନ୍ତି ମାତା ସୀତାଙ୍କର ମଧ୍ୟ ସାନ ଭଉଣୀ । ବନବାସ ସମୟରେ ଲଙ୍କାର ରାଜା ରାବଣ ମାତା ସୀତାଙ୍କ ହରଣ କରିଥିଲେ । ସୀତାଙ୍କୁ ରାବଣଙ୍କ କବଳରୁ ମୁକ୍ତି କରିବା ପାଇଁ ଘମାଘୋଟ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ରାବଣଙ୍କୁ ଶ୍ରୀରାମଚନ୍ଦ୍ର ବଧ କରିବା ପୂର୍ବରୁ ରାବଣର ଭାଇ କୁମ୍ଭକର୍ଣ୍ଣ, ରାବଣଙ୍କ ପୁଅ ଇନ୍ଦ୍ରଜିତଙ୍କ ଭଳି ବହୁ ବଡବଡ ଯୋଦ୍ଧାଙ୍କୁ ମଧ୍ୟ ବଦ୍ଧ କରିବାକୁ ହୋଇଥିଲା ।

ରାବଣଙ୍କ ପୁଅ ଇନ୍ଦ୍ରଜିତ ସମସ୍ତଙ୍କଠାରୁ ଅଧିକ ଦୁର୍ଦ୍ଦଶ ଆଉ ଅପରାଜେୟ ଥିଲେ । ସେ ଲକ୍ଷ୍ମଣଙ୍କ ଉପରକୁ ନାଗପାଶ ଅସ୍ତ୍ର ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ମୂର୍ଛିତ କରିଦେଇଦେଇଥିଲେ । ତେବେ ଯୁଦ୍ଧରେ ଇନ୍ଦ୍ରଜିତଙ୍କୁ ଲକ୍ଷ୍ମଣ ହିଁ ବଧ କରିଥିଲେ । ଇନ୍ଦ୍ରଜିତ ନିଜ ତପସ୍ୟା ବଳରେ ବହୁ ଦୈବୀ ବର ପ୍ରାପ୍ତ ହୋଇଥିଲେ ।

ସେହିସବୁ ବର ଅନୁସାରେ ଯିଏ ୧୪ ବର୍ଷ ଅନିଦ୍ରା ରହିବା ସହ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିବ ସେ ହିଁ ଇନ୍ଦ୍ରଜିତଙ୍କୁ ବଧ କରିପାରିବେ ।ସଂଯୋଗକୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଙ୍କ ସେବା କରିବା ଲାଗି ବନବାସ ସମୟରେ ଲକ୍ଷ୍ମଣ ୧୪ ବର୍ଷ ଧରି ଶୋଇନଥିଲେ । ଏଥି ସହ ସେ ଓପାସରେ ରହିବା ସହ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିଲେ । ଫଳରେ ସେ ଇନ୍ଦ୍ରଜିତଙ୍କୁ ବଧ କରିବାରେ ସକ୍ଷମ ହୋଇଥିଲେ । ଇନ୍ଦ୍ରଜିତଙ୍କୁ ବଧ ନକରିଥିଲେ ରାବଣଙ୍କୁ ପରାସ୍ତ କରିବା ସମ୍ଭବ ନଥିଲା ।

ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରିବ ଯେ, ଜଣେ ବ୍ୟକ୍ତି ୧୪ ବର୍ଷ ଧରି ଆହାର , ନିଦ୍ରା ଓ ମୈଥୁନଠାରୁ କିଭଳି ଦୂରେଇ ରହିପାରିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲକ୍ଷ୍ମଣଙ୍କ ଭାଗର ଶୋଇବା କାମଟି ଅଯୋଧ୍ୟାରେ ଥିବା ତାଙ୍କ ପତ୍ନୀ ଉର୍ମୀଳା କରୁଥିଲେ ।ଏବେ ପ୍ରଶ୍ନ ଉଠୁଛି ଯେ, ୧୪ ବର୍ଷ ଧରି ଯଦି ଉର୍ମୀଳା ନିଜ ଭାଗର ଶୋଇବା ସହ ଲକ୍ଷ୍ମଣଙ୍କ ଭାଗର ଶୋଇବା ମଧ୍ୟ ଶୋଉଥିଲେ ତାହେଲେ କେତେବେଳେ ୪ମାତାଙ୍କ ସେବା କରୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବନବାସରେ ଆସିବା ପୂର୍ବରୁ ମା ସୀତା ଉର୍ମୀଳାଙ୍କୁ ବରଦେଇଥିଲେ ଯେ, ସେ ଏକାବେଳେ ୩ଟି କାମ କରିପାରିବେ । ସେହି ବର ଅନୁସାରେ ସେ ଏକାବେଳେ ନିଜ ପାଇଁ ଓ ଲକ୍ଷ୍ମଣଙ୍କ ପାଇଁ ଶୋଇବା ସହ ମାତାମାନଙ୍କର ସେବା କରିପାରୁଥିଲେ ।