ନଭେମ୍ବର ୩୦ରୁ ଡିସେମ୍ବର ପହିଲା ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ
ରାଜ୍ୟରେ ଗତ କିଛିଦିନ ହେଲା ଶୀତର ଲହରି ଜାରି ରହିଥିବାବେଳେ ସୁନ୍ଦରଗଡ଼ ଓ କନ୍ଧମାଳ ଆଦି ଜିଲାରେ ଗଭୀର କୁହୁଡ଼ି ଦେଖିବାକୁ ମିଳୁଛି। ଗଛ ଲତା ଉପରେ କାକର ପଡୁଥିବା ବେଳେ କୁହୁଡ଼ି ଯୋଗୁଁ ସକାଳେ ଯାନ ବାହାନ ଚଳାଇବା ମୁସକିଲ ହୋଇଯାଉଛି । ଶୀତରେ ଦେହକୁ ଗରମ କରିବା ଲାଗି ସକାଳୁ ସକାଳୁ ଲୋକେ ଖେଳ ପଡିଆରେ ବ୍ୟାୟମ କରିବା ଲାଗି ଯାଉଥିବା ଦେଖିବାକୁ ମିଳିଛି । ଅନେକ ଜାଗାରେ ଗରିବ ଆଦିବାସୀ ଲୋକେ ସକାଳେ କାଠ ଜାଳି ନିଆଁ ସେକୁ ଥିବା ମଧ୍ୟ ଦେଖିବାକୁ ମିଳିଛି। ସେହିପରି କଳାହାଣ୍ଡି ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ କୁହୁଡ଼ିର ଆସ୍ତରଣ ରହୁଛି। ତେବେ ନଭେମ୍ବର ୩୦ରୁ ଡିସେମ୍ବର ପହିଲା ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।