ଅଗ୍ନିଶମ ବାହିନୀରେ ସାମିଲ ହୋଇପାରନ୍ତି ମହିଳା
ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରି କହିଛନ୍ତି, ଆଜି ୯୪୧ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ଦେଇ ପ୍ରତିଶ୍ରୁତି ପାଳନ କରିଛୁ।ନିକଟରେ ୧୬ ହଜାର ୯ ଜଣ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲୁ। ଖୁବ୍ଶୀଘ୍ର ୨ ହଜାରରୁ ଊଦ୍ଧର୍ବ ଗୃହରକ୍ଷୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ତେବେ ଅଗ୍ନିଶମ ବାହିନୀରେ ନିଯୁକ୍ତ ହୋଇପାରନ୍ତି ମହିଳା। ମହିଳାଙ୍କ ନିଯୁକ୍ତି ନେଇ ବିଚାର କରିବେ ସରକାର। ଫାୟାରମ୍ୟାନ୍ ନାଁ ବଦଳି ଫାୟାର ଫାଇଟର ହୋଇପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।