ଆଜି ବିଶ୍ୱ ଥାଲାସେମିଆ ଦିବସ

ବିଶ୍ୱ ଥାଲାସେମିଆ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ରୋଗର ମୁକାବିଲା ପାଇଁ ସାମୂହିକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି।ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ସଚେତନତା ବୃଦ୍ଧି, ରୋଗୀଙ୍କୁ ସମର୍ଥନ ଏବଂ ସ୍କ୍ରିନିଂ ତଥା ଚିକିତ୍ସା ପ୍ରୟାସକୁ ସୁଦୃଢ଼ ​​କରିବାର ଆବଶ୍ୟକତା ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ଶାରୀରିକ ସମସ୍ୟାର ଶୀଘ୍ର ଚିହ୍ନଟ ଅଗଣିତ ଜୀବନ ରକ୍ଷା କରିପାରିବ। ତେବେ ବିଶ୍ୱ ଥାଲାସେମିଆ ଦିବସର ଇତିହାସ ୧୯୯୪ ମସିହାରୁ ଆରମ୍ଭ ହୋଇଥିଲା ଯେତେବେଳେ ଥାଲାସେମିଆ ଇଣ୍ଟରନ୍ୟାସନାଲ ଫେଡେରେସନ୍ (ଟିଆଇଏଫ୍) ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରିଥିଲା। ଏହି ରୋଗରେ ମୃତ୍ୟୁବରଣ କରିଥିବା ଥାଲାସେମିଆ ରୋଗୀ ପାନୋସଙ୍କ ପୁଅକୁ ମନେ ପକାଇବା ପାଇଁ ପ୍ରଥମେ ଏହି ଦିନକୁ ପାଳନ କରାଯାଇଥିଲା। ଏହି ଦିବସରେ ଥାଲାସେମିଆ ରୋଗରେ ପୀଡ଼ିତ ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଚିକିତ୍ସା ଓ ଯତ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ଆଲୋକପାତ କରିବାର ଏକ ସୁଯୋଗ ଅଟେ।

You might also like