ପ୍ରେମିକା ଦେଲା ଧୋକା, ଜୀବନ ହାରିଦେଲେ ଯୁବକ

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ । ୨୨ ବର୍ଷ ବୟସରେ ଧୋକା ସହି ନପାରି ଜୀବନ ହାରିଥିବା ଅଭିଯୋଗ ହୋଇଛି । ଝୁଲନ୍ତା ଅବସ୍ଥାରେ ଘରୁ ମିଳିଛି ମୃତଦେହ । ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ । ସେପଟେ ଆତ୍ମହତ୍ୟା ପାଇଁ ଯୁବତୀ ଜଣଙ୍କ ଉସୁକାଇଥିବାରୁ ଯୁବକ ଜୀବନ ହାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ସୂଚନା ଥାଉକି, ୨୨ ବର୍ଷର ରାହୁଲ ଗୋଚ୍ଛାୟତ ନିଜ ଘର ଛାଡ଼ି ବରମୁଣ୍ଡା ମା ମଙ୍ଗଳା ଦଳିତ ସାହିରେ ନିଜ ଆଈ ସହ ରହୁଥିଲେ । ଏହାରି ଭିତରେ ଏଠାରେ ରହୁଥିବା ଜଣେ ଝିଅଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମିକାଙ୍କୁ ଦାମୀ ଉପହାର ଦେଉଥିଲେ ପ୍ରେମିକ। ହେଲେ ସେ ସବୁ ସନ୍ତକ ହେଇ ରହିଗଲା । ଉପହାର ରହିଗଲା ଆଉ ଜୀବନ ହାରିଦେଲେ ପ୍ରେମିକ । ହଠାତ ଝିଅଟା ବାହା ହବାକୁ ମନା କରିବା ପରେ ଜୀବନ ହାରିଛନ୍ତି ରାହୁଲ୍ ।

You might also like