ଗୋପାଳପୁରରେ ପୁଣି ଲଜ୍ଜା, ଅନ୍ଧାର ଦେଖି  ବିବାହିତା ମହିଳାଙ୍କୁ ପଛପଟୁ ମାଡିବସିଲେ ଯୁବକ

ଗୋପାଳପୁରରେ ପୁଣି ଲଜ୍ଜା। ରାସ୍ତାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ଗୋପାଳପୁର-ଦିଗିପୁର ରାସ୍ତାରେ ଅସଦାଚରଣ ଅଭିଯୋଗ। ଗୋପାଳପୁର ଥାନାରେ ଅଭିଯୋଗ କଲେ ମହିଳା।ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଦିଗିପୁର ରାସ୍ତାରେ ଗୁରୁବାର ସନ୍ଧ୍ୟା ସମୟରେ ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗୁରୁବାର ସନ୍ଧ୍ୟାରେ ଦିଗିପୁର ଗ୍ରାମର ଜଣେ ବିବାହିତ ମହିଳା ଗୋପାଳପୁର ଠାରୁ ନିଜ ଗ୍ରାମକୁ ସାଇକେଲରେ ଯାଉଥିବା ବେଳେ ଏକ ଘରୋଇ ସ୍କୁଲ ନିକଟରେ ଜଣେ ଅଜଣା ଯୁବକ ଅନ୍ଧାର ଦେଖି ମହିଳାଙ୍କୁ ପଛପଟୁ ମାଡିବସିଥିଲେ । ଉକ୍ତ ଯୁବକଙ୍କ କବଳରୁ ଖସିଯାଇ ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଲୋକଙ୍କୁ ଦେଖି ଯୁବକ ଜଣକ ବାଇକ୍‌କୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ । ଏ ନେଇ ମହିଳା ଜଣଙ୍କ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ତେବେ ମହିଳା ଜଣଙ୍କ ଅସଦାଚରଣର ଶିକାର ହେବା ପରେ ଗୋପାଳପୁର ଥାନାରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ବାଇକ୍ ଜବତ କରି ତଦନ୍ତ ଆରମ୍ଭ କରିଛି।

You might also like