YouTube ରେ ଭ୍ରମାତ୍ମକ ଥମ୍ବନେଲ୍, ଟାଇଟଲ ଦେଲେ ସାବଧାନ !

ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ବିଭ୍ରାନ୍ତିକର ଥମ୍ବନେଲ୍ କିମ୍ବା ଟାଇଟଲ୍ ଥିବା ଭିଡିଓ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛି। ଏହା ଭାରତରୁ ଆରମ୍ଭ ହେବ। ଏଥିପାଇଁ, ବ୍ରେକିଂ ନ୍ୟୁଜ୍ କିମ୍ବା ସାମ୍ପ୍ରତିକ ଘଟଣା ପରି ବିଷୟ ସମ୍ପର୍କିତ ଭିଡିଓଗୁଡିକ ଉପରେ ବିଶେଷ ଭାବରେ ନଜର ରଖାଯିବ।ଏପରି କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଦେଖୁଥିବା କେଣ୍ଟେଣ୍ଟ ବିଷୟରେ ଦଶର୍କ ମାନେ ଯେପରି ଦ୍ବନ୍ଦରେ ନ ରହିବେ ।

ଭୁଲ ଥ‌ମ୍ବନେଲ ଦେଖି ଅଧିକ ଲୋକ ବିଭ୍ରାନ୍ତ ହୋଇଯାଉଛନ୍ତି । ମାତ୍ର ଭିତରେ ଥିବା କଣ୍ଟେଣ୍ଟ ରେ ସେଭଳି କିଛି ତଥ୍ୟ ନଥାଏ ଯାହା ଫଳରେ ଲୋକଙ୍କ ବିଶ୍ୱାସ ୟୁଟବ୍ ଉପରୁ ହଟିଯାଉଛି ।କମ୍ପାନୀ କହିଛି ଯେ ଏହିପରି ଅଭ୍ୟାସ ଦର୍ଶକଙ୍କୁ ପ୍ରତାରିତ କିମ୍ବା ହତାଶ କରିପାରେ, ବିଶେଷତ ଯେତେବେଳେ ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ୟୁଟ୍ୟୁବରେ କୌଣସି ବିଷୟ ଦେଖନ୍ତି। ଏହି ସମସ୍ୟାର ମୁକାବିଲା କରିବାକୁ, କମ୍ପାନୀ ଏହି ନୀତି ଉଲ୍ଲଂଘନ କରୁଥିବା ବିଷୟବସ୍ତୁ ଅପସାରଣ କରିବା ଆରମ୍ଭ କରିବ।ଆସନ୍ତା ମାସରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ ବୋଲି କମ୍ପାନୀ କହିଛି। ଏହାପୂର୍ବରୁ, ଗୁଗୁଲର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ୟୁଟ୍ୟୁବରେ ଏକ ଅପମାନଜନକ ଭିଡିଓ ହଟାଇବାରେ ବିଫଳ ହେବାରୁ ମୁମ୍ବାଇ କୋର୍ଟ ତାଙ୍କୁ ଅବମାନନା ନୋଟିସ୍ ପ୍ରଦାନ କରିଥିଲେ। ଗୁଗୁଲ ଅନ୍ୟ କେତେକ ଦେଶରେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଛି।

You might also like