ଏକ୍ସ ବଏଫ୍ରେଣ୍ଡଙ୍କ ସହ ଦୱାଲୀ ପାର୍ଟିୀରେ ନଜର ଆସିଲେ ସୁସ୍ମିତା

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ । ଅଭିନୟକୁ ନେଇ କମ୍‌ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି | ନିକଟରେ ତାଙ୍କର ୱେବ୍ ସିରିଜ୍ ଆର୍ଯ୍ୟ-୩ ରିଲିଜ୍ ହୋଇଛି । ଏହି ସିରିଜ୍ ରିଲିଜ୍ ହେବା ପରଠାରୁ ସୁସ୍ମିତା ସବୁଆଡେ ଚର୍ଚ୍ଚାରେ ରହିଆସିଛନ୍ତି । ଗତ ବର୍ଷ ପ୍ରେମିକ ରୋହମନଙ୍କ ସହ ବ୍ରେକ୍‌ଅପ୍‌ କରିଥିଲେ। ଏହାପରେ ବ୍ୟବସାୟୀ ଲଳିତଙ୍କ ସହ ତାଙ୍କ ସମ୍ପର୍କ ଚର୍ଚ୍ଚାରେ ରହିଥିଲା।

ନଭେମ୍ବର ୮ ରେ ସୁସ୍ମିତା ନିର୍ମାତା ରମେଶ ତୌରାନୀଙ୍କ ଦିୱାଲୀ ପାର୍ଟୀକୁ ଯାଇଥିଲେ। ତାଙ୍କର ପୂର୍ବତନ ପ୍ରେମିକା ରୋହମାନ ଶାଲ ମଧ୍ୟ ସୁସ୍ମିତାଙ୍କ ସହ ଏହି ପାର୍ଟୀରେ ଯୋଗ ଦେଇଥିଲେ। ଏବେ ସେମାନଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ରୋହମନଙ୍କ ସହ ତାଙ୍କୁ ପୁଣି ଦେଖିବା ପରେ ପ୍ରଶଂସକମାନେ ଉଭୟ ପ୍ୟାଚ୍‌ଅପ୍‌ କରିଥିବା ଅନୁମାନ କରୁଛନ୍ତି।

You might also like