ରାକା ଫିଲ୍ମ ନିର୍ମାତା ଆଟଲି ଏବଂ ପତ୍ନୀ ପ୍ରିୟାଙ୍କ କୋଳରେ ଜନ୍ମ ହେଲା କନ୍ୟା ସନ୍ତାନ
ଫିଲ୍ମ ନିର୍ମାତା ଆଟଲିଙ୍କ ଘରକୁ ଆଉ ଏକ ଖୁସି ଖବର ଆସିଛି । ଆଟଲି ଏବଂ ତାଙ୍କ ସ୍ତ୍ରୀ ପ୍ରିୟା ଆଟଲି ଘରକୁ କୁନି ଅତିଥିଙ୍କୁ ସ୍ବାଗତ କରିଛନ୍ତି । ଜାନୁଆରୀ ୨୦୨୩ରେ ସେମାନଙ୍କ ପୁଅ ମିରଙ୍କୁ ସ୍ୱାଗତ କରିବା ପରେ, ଦମ୍ପତି ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଯେ ଏପ୍ରିଲ ୨୦ ତାରିଖରେ ଏକ କନ୍ୟା ସନ୍ତାନ ସ୍ୱରୂପ ଆଶୀର୍ବାଦ ପାଇଛନ୍ତି ।ଏଟଲି ଓ ପ୍ରିୟା ଇନଷ୍ଟାଗ୍ରାମରେ ଏକ ସ୍ୱିଟ୍ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖାଯାଇଛି, “ମୋ କୁନି ଭଉଣୀ ଆସିଛି,” । ଯେଉଁଥିରେ “ବଡ଼ ଭାଇ ଭାବେ ମିର” ଛୋଟିଆ ଖେଳଣା କାର ଧରି ବସିଛନ୍ତି । ହସି ହସି ସେ ଖେଳୁଥିବାର ନଜର ଆସିଛନ୍ତି ।ଏଟଲି କ୍ୟାପସନରେ ସେୟାର କରିଛନ୍ତି ଯେ ସେ ଏକ ଝିଅର ପିତା ହୋଇ ନିଜକୁ ଧନ୍ୟ ମନେ କରୁଛନ୍ତି । ଦମ୍ପତିଙ୍କ ଖୁସିର ସୀମା ନାହିଁ ।ଯଦି ଉଭୟ ଦମ୍ପତ୍ତିଙ୍କ ସମ୍ପର୍କରେ କୁହାଯାଏ ତେବେ ସେମାନେ ଅନେକ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ୨୦୧୪ ମସିହାରେ ବିବାହ କରିଥିଲେ । ବିବାହର ଆଠ ବର୍ଷ ପରେ ଡିସେମ୍ବର ୨୦୨୨ରେ ପ୍ରିୟାଙ୍କ ପ୍ରଥମ ପ୍ରେଗ୍ନେନ୍ସି ବିଷୟରେ ଘୋଷଣା କରିଥିଲେ। ସେମାନେ ଜାନୁଆରୀ ୩୧, ୨୦୨୩ରେ ସେମାନଙ୍କ ପୁଅ ମିରଙ୍କୁ ସ୍ୱାଗତ କରିଥିଲେ ।