ଅମ୍ଵାନୀଙ୍କ ଗଣେଶ ପୂଜାରେ ପହଞ୍ଚିଲେ ୨୪ ବଲିଉଡ୍ ତାରକା

ଗଣେଶ ଚତୁର୍ଥୀରେ ଭକ୍ତିର ରଙ୍ଗରେ ରଙ୍ଗୀନ ହୋଇଛି ଦେଶ। ମୁମ୍ବାଇରେ ନୀତା ଅମ୍ବାନୀଙ୍କ ଆଣ୍ଟିଲିଆରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ବାପ୍ପାଙ୍କ ଆଗମନ। ଆଉ ଏହି ଭବ୍ୟ ଗଣେଶୋତ୍ସବରେ ଗୋଟିଏ ପରେ ଗୋଟିଏ ଷ୍ଟାରଙ୍କ ଆଗମନ ଲଗାଇଛି ଚାରଚାନ୍ଦ। ନୀତା ଅମ୍ବାନୀଙ୍କ ଆମନ୍ତ୍ରଣରେ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ ଅନେକ ନାମୀଦାମୀ ଚେହେରା। ଏହି ଗ୍ରାଣ୍ଡ ସେଲିବ୍ରେସନରେ ଅନେକ ଲୋକପ୍ରିୟ ଓ ଚର୍ଚ୍ଚିତ ଅଭିନେତା, ଅଭିନେତ୍ରୀ ନଜର ଆସିଛନ୍ତି । ପ୍ରତ୍ୟେକ ଷ୍ଟାରମାନେ ନିଜକୁ ଷ୍ଟାଇଲିସ୍ ଗେଟଅପରେ ସଜାଇ ହୋଇଥିବା ଦେଖିବାକୁ ମିଳିଛି । କେହି ଶାଢୀ ପିନ୍ଧି ନଜର ଆସିଥିବାବେଳେ ଆଉ କେହି ଅନାରକଲି, ଲେହେଙ୍ଗା ପିନ୍ଧି ପହଞ୍ଚିଥିଲେ ।ଖୁସି କପୁର ରେଡ୍ ଶାଢୀ ପିନ୍ଧି ହେଭି ଜ୍ବେଲାରୀ ଏବଂ ପୋଟଲୀ ବ୍ୟାଗ ସହିତ ନଜର ଆସିଥିଲେ । ସେହିପରି ଶନାୟା କପୁର ପର୍ପଲ ଶାଢୀ ପିନ୍ଧି କ୍ଲାସି ଲୁକରେ ତାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ରାଶା ଥାଡାନି ଲାଲ ରଙ୍ଗର ଲେହେଙ୍ଗାରେ ଦେଖାଯାଇଥିଲେ, ତାଙ୍କର ନୂତନ ଫ୍ରିଞ୍ଜ ହେୟାରଷ୍ଟାଇଲ୍ ଦୃଷ୍ଟି ଆକର୍ଷଣ କରିଥିଲା ।

କରୀନା ଏବଂ କରିସ୍ମା କପୁରଙ୍କ ପୁରା ପରିବାର ମଧ୍ୟ ଅମ୍ବାନୀ ଫ୍ୟାମିଲିଙ୍କ ଗଣପତି ଉତ୍ସବରେ ସାମିଲ ହୋଇଥିଲେ । କରୀନା ୟେଲୋ ସୁଟରେ ନଜର ଆସିଥିବାବେଳେ କରିସ୍ମା ପିଙ୍କ୍ ଶାଢୀରେ ନଜର ଆସିଥିଲେ । ଏଥିସହ ଜାହ୍ନବୀ ମଧ୍ୟ ପଟୋଲା ଶାଢୀରେ ନଜର ଆସିଥିଲେ । କାଜୋଲ ଲାଲ ଶାଢ଼ୀ ପିନ୍ଧି ଅମ୍ବାନୀ ଉତ୍ସବରେ ସାମିଲ ହୋଇଥିଲେ । କ୍ୟାଟ୍ରିନା କୈଫ୍ ପିସ୍ତା କଲରର ଅନାରକଲି ସୁଟ୍ ପିନ୍ଧିଥିଲେ । ସେ ଏକ ରଙ୍ଗୀନ ଦୁପଟ୍ଟା ସହିତ ତାଙ୍କର ଲୁକ୍ କମ୍ପ୍ଲିଟ୍ କରିଥିଲେ ।ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଆସିଥିଲେ ଏକତା କପୁର ଓ ଜିତେନ୍ଦ୍ର। ସଞ୍ଜୟ ଦତ୍ତ ଧଳା କୁର୍ତ୍ତା-ପାଇଜାମାରେ ଦେଲେ ଷ୍ଟାଇଲିଶ୍ ଏଣ୍ଟ୍ରି।କୁମାର ବିଶ୍ୱାସଙ୍କ ପାରମ୍ପରିକ ଲୁକ୍ ମଧ୍ୟ ରହିଥିଲା ଚର୍ଚ୍ଚାରେ। ଆଉ ପତ୍ନୀଙ୍କ ସହ ଜ୍ୟାକି ଶ୍ରଫ୍ଙ୍କ ଏଣ୍ଟ୍ରି ମଧ୍ୟ ଥିଲା ନିଆରା।କେବଳ ବଲିଉଡ୍ ନୁହେଁ, ଆଣ୍ଟିଲିଆର ଗଣେଶୋତ୍ସବରେ ନଜର ଆସିଥିଲେ କ୍ରୀଡ଼ା ଜଗତର ଷ୍ଟାର୍ମାନେ ମଧ୍ୟ।ହରଭଜନ ସିଂହ ପତ୍ନୀ ଗୀତା ବାସରାଙ୍କ ସହ ପହଞ୍ଚିଥିଲେ।ସେହିପରି ସଚିନ୍ ତେନ୍ଦୁଲକରଙ୍କ ପରିବାର ମଧ୍ୟ ବାପ୍ପାଙ୍କ ଦର୍ଶନ କରିଥିଲେ। ସାରା ତେନ୍ଦୁଲକର ଓ ତାଙ୍କ ଭାଉଜ ସାନିଆଙ୍କ ବଣ୍ଡିଂ ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଥିଲା।ସଲମାନ ଖାନ୍ ତାଙ୍କ ବ୍ଲୁ ଜିନ୍ସରେ ସହ କାଜୁଆଲ ଲୁକ୍ରେ ନଜର ଆସିଥିଲେ ।