ନଭେମ୍ବର ୫ରେ ‘ରାମାୟଣ-୧’ ରିଲିଜ୍‌, ଦଶହରାରୁ ଆରମ୍ଭ ଟିକେଟ୍ ବୁକିଂ

ନବରାତ୍ରୀ ଆରମ୍ଭରୁ ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର । ନଭେମ୍ବର ୫ରେ ରିଲିଜ୍ ହେବ ବିଶାଳ ପୌରାଣିକ ଚଳଚ୍ଚିତ୍ର ରାମାୟଣ-୧ା ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଅପକମିଂ ମଚ୍ ଆବେଟେଡ୍ ଏହି ଫିଲ୍ମର ଟିକେଟ୍ ବୁକିଂ ଦଶହରାରୁ ଆରମ୍ଭ ହୋଇଯିବ । ଭାରତର ଅନ୍ୟତମ ସର୍ବାଧିକ ଶ୍ରଦ୍ଧେୟ ମହାକାବ୍ୟକୁ ହେଉଥିବା ଏହି ଫିଲ୍ମର ମେକର୍ସଏ ନେଇ ସୂଚନା ଦେଇଛନ୍ତି ।ଦର୍ଶକମାନେ ଏହି ଫିଲ୍ମକୁ ଅନେକ ଦିନ ଧରି ଅପେକ୍ଷା କରିଛନ୍ତି । ଟ୍ରେଲର , ଟିଜର ଓ ଅନେକ ପୋଷ୍ଟର ପୂର୍ବରୁ ହିଁ ଫିଲ୍ମର କ୍ରେଜକୁ ଶୀର୍ଷ ସ୍ତରରେ ପହଞ୍ଚାଇ ଦେଇଛି । କେବଳ ଭାରତ ନୁହେଁ , ମେକର୍ସ ଏହି ଫିଲ୍ମକୁ ପୂରା ଦୁନିଆରେ ବଡ଼ ସ୍ତରରେ ରିଲିଜ କରିବାକୁ ପ୍ଲାନିଂ କରୁଛନ୍ତି । ଏହି କାରଣ ଯେ,ଏହାକୁ ପ୍ରାୟ ୪୦ଟି ଭାଷାରେ ଡବ୍ ଭର୍ସନ ସହ ରିଲିଜ କରାଯିବାର କଥା ସାମ୍ନାକୁ ଆସୁଛି ।୨ଟି ପାର୍ଟରେ ଆସିବାକୁ ଥିବା ଏହି ଫିଲ୍ମର ପ୍ରଥମ ପାର୍ଟ ଆସନ୍ତା ନଭେମ୍ବର ୫ରେ ରିଲିଜ୍ ହେବ । ଏହି ଅବସରରେ ଏକ ନୂଆ ପୋଷ୍ଟର ମଧ୍ୟ ରିଲିଜ୍ କରିଛି କ୍ରୀୟୁ । ଯେଉଁଥିରେ ଶ୍ରୀରାମଙ୍କ ଭୂମିକାରେ ଥିବା ରଣବୀର କପୁର, ମା ସୀତାଙ୍କ ଭୂମିକାରେ ଥିବା ସାଇ ପଲ୍ଲବୀ ଓ ଲକ୍ଷ୍‌ମଣଙ୍କ ଭୂମିକାରେ ଥିବା ରବି ଦୁବେ ଓ ରାବଣ ଭୂମିକାରେ ଥିବା ୟଶ୍ ନଜର ଆସିଛନ୍ତି । ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ସନ୍ନି ଦେଓଲ ଯିଏକି ହନୁମାନଙ୍କ ରୋଲ୍‌ରେ ନଜର ଆସିବେ । ଏହାସହ ରାଜା ଦଶରଥଙ୍କ ଭୂମିକାରେ ନଜର ଆସିବେ ଅରୁଣ ଗୋଭିଲ ।