ଏନ୍‌ଏସ୍‌ଡି ର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଚିତ୍ତରଞ୍ଜନ ତ୍ରିପାଠୀ

ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଚିତ୍ତରଞ୍ଜନ ତ୍ରିପାଠୀ । ଉଭୟ ବଲିଉଡ୍‌ ଓ ଓଲିଉଡରେ କାମ କରୁଛନ୍ତି ଶ୍ରୀ ଚିତ୍ତରଞ୍ଜନ ତ୍ରିପାଠୀ । ଜଣେ ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ଭାବେ ଢେର କାମ କରିଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ ।ତାଙ୍କ ଘର ଭଦ୍ରକ ଜିଲା ଅନ୍ତର୍ଗତ ଚାନ୍ଦବାଲିରେ।  ୨୦୦୭ରେ ଶ୍ରୀ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର  ଦୁନିଆରେ ପାଦ ରଖିଲେ । ନିର୍ମାଣ କଲେ ଓଡ଼ିଆ  ସିନେମା ‘ଧଉଳି ଏକ୍ସପ୍ରେସ୍‌’ । ଚଳଚ୍ଚିତ୍ରଟି ୩ଟି  ବର୍ଗରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର  ପାଇଥିଲା ।

୨୦୦୯ରେ ସେ ଆଉ ଏକ ଚଳଚ୍ଚିତ୍ର  କରଥିଲେ ‘ମୁଖ୍ୟମନ୍ତ୍ରୀ’ । ଏହାସହ ୫୦ରୁ  ଅଧିକ ମଞ୍ଚ ନାଟକ କରିଛନ୍ତି । ବିଭିନ୍ନ ନାଟକରେ  ୫୦୦ ସଙ୍ଗୀତର ସଂଯୋଜନା କରିଛନ୍ତି ।  ନେଟ୍‌ଫ୍ଲିକ୍ସରେ ପ୍ରସାରିତ ୱେବ୍‌ସିରିଜ୍‌ ସାକ୍ରେଡ୍‌ ଗେମ୍ସ, ହିନ୍ଦୀ ଫିଲ୍ମ ତେରା ମେରା ତେଢା ମେଢ଼ା, ଇନ୍ଦୁ କି ଜୱାନି, ଛପକ୍‌, ଏ ମନ୍‌ସୁନ୍‌ ଡେଟ୍‌, ସିରିଜ୍‌ ଝୋଲାଛାପ୍‌ ଭଳି ଅନେକ ଫିଲ୍ମ, ଓ୍ବେବ୍‌ସିରିଜ୍‌ରେ ଦମ୍‌ଦାର ଅଭିନୟ କରିଛନ୍ତି। ସେ ଏନ୍‌ଏସ୍‌ଡିର ଜଣେ ପୁରାତନ ଛାତ୍ର। ତେବେ ନିଜେ ପଢ଼ୁଥିବା ଏହି ଜାତୀୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବାରୁ ଚିତ୍ତରଞ୍ଜନଙ୍କୁ ଓଡ଼ିଆ ସିନେ ଜଗତ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି।

Leave a comment