ଖୁବ୍‌ଶୀଘ୍ର ପୁଷ୍ପା-୨ ରିଲିଜ୍‌ ହେବ।

ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ତାରକା ଅଲ୍ଲୁ ଅର୍ଜୁନଙ୍କ ଶେଷ ରିଲିଜ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସରେ ସୁପରହିଟ୍‌ ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନ ପୁଷ୍ପା ରାଜ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ସୁକୁମାର ନିର୍ଦ୍ଦେଶନା ଦେଇଥିଲେ। ତେବେ ପୁଷ୍ପା ପରେ ପୁଷ୍ପା-୨କୁ ନେଇ ଦର୍ଶକ ଅପେକ୍ଷା କରିରହିଛନ୍ତି। ତେବେ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବ୍‌ଶୀଘ୍ର ପୁଷ୍ପା-୨ ରିଲିଜ୍‌ ହେବ।

ଏହା ପୂର୍ବରୁ ଫିଲ୍ମର ଟିଜରକୁ ନେଇ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ନିର୍ମାତା ଫିଲ୍ମର ସିକ୍ଵେଲ୍‌କୁ ନେଇ କଠିନ ପରିଶ୍ରମ କରୁଛନ୍ତି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ୮ରେ ଅଲ୍ଲୁଙ୍କ ୪୧ତମ ଜନ୍ମଦିନ ଅବସରରେ ପୁଷ୍ପା-୨ର ଟିଜର ମୁକ୍ତିଲାଭ କରିବ। ନିର୍ମାତା ଏକ ସ୍ବତନ୍ତ୍ର ପୋଷ୍ଟର ସହିତ ଏହାକୁ ନିଶ୍ଚିତ କରିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେଙ୍ଗାଲୁରୁରେ ଏହି ଚଳଚ୍ଚିତ୍ର ପାଇଁ ଏକ ଆକ୍ସନ୍ ସେଡ୍ୟୁଲର ସୁଟିଂ କରାଯାଉଛି। ଖୁବ୍ ଶୀଘ୍ର ମାଲାୟାଲମ୍ ଅଭିନେତା ଫାହାଦ୍ ଫାଜିଲ୍ ଏଥିରେ ଯୋଗଦେବେ ।

ଆସନ୍ତା ମାସ ହେଉଛି ଅଲୁ ଅର୍ଜୁନଙ୍କ ଜନ୍ମଦିନ । ଏଭଳି ପରିସ୍ଥିତିରେ ନିର୍ମାତା ଅଭିନେତାଙ୍କ ବିଶେଷ ଦିନରେ ତିନି ମିନିଟର ଆକ୍ସନ୍ ପ୍ୟାକ୍ ଟିଜର ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି।

You might also like