ଫିଲ୍ମ ସୁଟିଂ ସମୟରେ ଆହତ ହେଲେ ସଞ୍ଜୟ ଦତ୍ତ

ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ। ତାଙ୍କର ଦମ୍‌ଦାର ଅଭିନୟକୁ ନେଇ ବେଶ ପରିଚିତ। ଏବେ ସଞ୍ଜୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି।ଶୁଟିଂ ସମୟରେ ସେ ଆହତ ହୋଇଥିବା ଜଣାପଡିଛି। ସଞ୍ଜୟ ଏବେ ବେଙ୍ଗାଲୁର ନିକଟରେ ତାଙ୍କ ଆଗାମୀ କନ୍ନଡ ମୁଭି ‘କେଡି: ଦ ଡେଭିଲ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ଏକ ବୋମା ବିସ୍ଫୋରଣ ସିକ୍ୱୋନ୍ସର ଶୁଟିଂ ଚାଲିଥିଲା।

ଏହି ବୋମା ବିସ୍ଫୋରଣ ଶୁଟିଂ କରିବା ସମୟରେ ସଞ୍ଜୟ ଆହତ ହୋଇଥିବା ଜଣାପଡିଛି।ଖବର ଅନୁଯାୟୀ ବୋମା ବିସ୍ଫୋରଣ ଘଟଣା ସିନର ସୁଟିଂ ସମୟରେ ସଞ୍ଜୟ ଗୁରୁତର ଆହତ ହୋଇଥିଲେ ।

ତାଙ୍କ ହାତ, ମୁହଁ , କାନ୍ଧରେ ଓ ଶରୀରର ଆଉ କିଛି ସ୍ଥାନରେ ଆଘାତ ଲାଗିଛି। ଏହାପରେ ଫିଲ୍ମର ଏହି ସୁଟିଂକୁ ବନ୍ଦ କରାଯାଇଥିଲା। ସୂଚନାଯୋଗ୍ୟ, ସଞ୍ଜୟ ଫାଇଟ ମାଷ୍ଟର ଡକ୍ଟର ରବି ବର୍ମାଙ୍କ ମୁଭି ‘କେଡି: ଦ ଡେଭିଲ’ପାଇଁ ଫାଇଟ କମ୍ପୋଜ କରୁଥିଲେ। ଏହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଯାଇଥିଲେ। ଏହି ଖବର ମିଳିବା ପରେ ସଞ୍ଜୟଙ୍କ ପ୍ରଶଂସକ ଚିନ୍ତାରେ ପଡିଯାଇଥିଲେ। ସଞ୍ଜୟଙ୍କ ରିକଭରି ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି।

You might also like