ବଡ ପରଦାରେ ନଜର ଆସିବେ ଶାହାରୁଖ-ସୁହାନା

ବଲିଉଡ ବାଦଶାହା ଶାହରୁଖ ଖାଁ ପ୍ରଥମ ଥର ପାଇଁ ତାଙ୍କ ଝିଅ ସୁହାନାଙ୍କ ସହ ବଡ ପରଦାରେ ନଜର ଆସିବେ | କାରଣ ସେମାନଙ୍କ ନିକଟ ସୂତ୍ର ଅନୁଯାୟୀ ଉଭୟ ଖୁବ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି।ଏହି ଖବର ପାଇବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜାନେ ଜାନ ଏବଂ କାହାଣୀ ଫିଲ୍ମର ନିର୍ଦ୍ଦେଶକ ସୁଜାୟ ଘୋଷ। ଏହାପୂର୍ବରୁ ସେ ସେପ୍ଟେମ୍ବରରେ ଜାନେ ଜାନ ରିଲିଜ ହେବା ପରେ ହିଁ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଥିଲେ। କିନ୍ତୁ ଲେଖକ ଫିଲ୍ମର ସ୍କ୍ରିପ୍ଟକୁ ଆହୁରି ଉନ୍ନତ କରିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ସମୟ ଆବଶ୍ୟକ ଥିଲା, କାରଣ ସେ ଏହି ଫିଲ୍ମର ମହତ୍ତ୍ୱ ଜାଣନ୍ତି।

ଶାହାରୁଖ ପ୍ରଥମ ଥର ପାଇଁ ତାଙ୍କ ଝିଅ ସହିତ ଏକ ଫିଲ୍ମ କରିବେ । ସେଥିପାଇଁ ସେ ସ୍କ୍ରିପ୍ଟରେ କୌଣସି ଉଣା ରଖିବାକୁ ଚାହାଁନ୍ତି ନାହିଁ । ଚଳିତ ବର୍ଷ ଶାହାରୁଖ ଏବଂ ତାଙ୍କ ପରିବାର ପାଇଁ ବହୁତ ବ୍ୟସ୍ତର ବର୍ଷ ରହିଛି। ଗୋଟିଏ ପଟେ ପଠାନ ଏବଂ ଯବାନ ପରେ ଅଭିନେତାଙ୍କ ତୃତୀୟ ମୁଭି ଡଙ୍କି ଡିସେମ୍ବର ୨୧ରେ ରିଲିଜ ହେବାକୁ ଯାଉଛି। ଏଥି ସହିତ ସୁହାନା ତାଙ୍କ ଫିଲ୍ମ ଦି ଆର୍ଚିଜ ସହିତ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି ଡିସେମ୍ବର ୭ରେ ତାଙ୍କ ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ବୋଲି ଖବର ମିଳିଛି । ଉଭୟ ନିଜ ମୁଭିର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।

Leave a comment