ମହିଳା ସାମ୍ୱାଦିକଙ୍କୁ ପିଟିଥିବା ଅଭିଯୋଗ
ସର୍ବସମ୍ମୁଖରେ ସାମ୍ବାଦିକାଙ୍କ ସହ କଲେ ଦୁର୍ବ୍ୟବହାର । ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ମାଡ଼ ଖାଇବା ପରେ ଖାରବେଳ ନଗର ଥାନାରେ ମହିଳା ସାମ୍ବାଦିକ ଦେବସ୍ମିତା ରାଉତ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଏତଲା ପରେ ଖାରବେଳ ଥାନା ପୁଲିସ ତନାଘନା ଆରମ୍ଭ କରିଛି। ଘଟଣାସ୍ଥଳକୁ ଯାଇ ସିସିଟିଭି ଆଧାରରେ ଖାରବେଳ ଥାନା ପୁଲିସ ତଦନ୍ତ ଜାରି ରଖିଛି।କାନ୍ଦି କାନ୍ଦି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସାମ୍ୱାଦିକା ଦେବସ୍ମିତା ରାଉତ ।
ସିସିଟିଭି ଫୁଟେଜ ସାମନାକୁ ଆସିଛି । ଏଥିରେ ଦେବସ୍ମିତା ଗେଟ୍ ପାଖରେ ଠିଆ ହୋଇଛନ୍ତି । ପଛରୁ ଆସି ପ୍ରଯୋଜକ ଟୁଟୁ ନାୟକ ଦେବସ୍ମିତାଙ୍କୁ ପିଟିଥିବା ଦେଖିବାକୁ ମିଳୁଛି ! ପ୍ରଥମେ ପିଠିକୁ ପଟିବା ପରେ ଗାଲକୁ ମଧ୍ୟ ପିଟିଥିଲେ । ସର୍ବସମ୍ମୁଖରେ ମହିଳା ସାମ୍ୱାଦିକାଙ୍କୁ ଦୁର୍ବ୍ୟବହାର ଓ ପିଟିବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି ।କେବଳ ଏତିକି ନୁହେଁ ତାଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ କରିଛନ୍ତି।
ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବାବେଳେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ତାଙ୍କୁ ପ୍ରଯୋଜକ ଟୁଟୁ ନାୟକ କ’ଣ ପାଇଁ ମାଡ଼ ମାରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି। ଅପରପକ୍ଷରେ ଏ ସଂକ୍ରାନ୍ତରେ ଟୁଟୁ ନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
