ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
।ଗଣିଆ ( ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ଶିକ୍ଷକ ଭବନ ପରିସର ରେ ବୁଧବାର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ସମଗ୍ର ଶିକ୍ଷା ଓ ଗଣିଆ ଗୋଷ୍ଟୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୦ ଜଣ ଦିବ୍ୟାଂଗ ଛାତ୍ରୀ ଛାତ୍ର ଓ ୫୦ ଜଣ ଅଭିଭାବକ ଅଂଶ ଗ୍ରହଣ କରିଥିଲେ। ଦିବ୍ୟାଂଗ ଛାତ୍ରୀ ଛାତ୍ର ମାନେ ହାତରେ ବ୍ୟାନର, ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ଶିକ୍ଷକ ଭବନ ପରିସରରୁ ବାହାରି ଗଣିଆ ଗ୍ରାମ ପରିକ୍ରମା କରିଥିଲେ। ଦିବ୍ୟାଙ୍ଗ ମାନେ କେବେ ହେଲେ ଅକ୍ଷମ ନୁହଁନ୍ତି। ସେମାନଙ୍କ ମଧ୍ୟରେ ଅନେକ ଗୁଣ, ପ୍ରତିଭା ରହିଛି। ଦିବ୍ୟାଙ୍ଗ ମାନଙ୍କ ମନରେ ଉତ୍ସାହ, ପ୍ରେରଣା ଜାଗ୍ରତ କରିବା ସହ ସେମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ରେ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ରାଉତରାୟ, ସହ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ନିରୁପମା ମହାପାତ୍ର, ବିନୋଦିନୀ ମହାପାତ୍ର, ସମ୍ବଳ ଶିକ୍ଷୟିତ୍ରୀ ଅନାମିକା ମିଶ୍ର, ସୁଲୋଚନା ସାହୁ, ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ସ୍ବେଚ୍ଛାସେବୀ ଭରତ ସାହୁ, ପ୍ରମୋଦ କୁମାର ନାୟକ ଓ ମିନତୀ ବାଳା ସାହୁ ଯୋଗ ଦେଇଥିଲେ।
