ଗୀତା ଜୟନ୍ତି ପାଳିତ
ଗଣିଆ,(ବିଶ୍ୱରଂଜନ ସେଠି . ) ଶ୍ରୀରାମଦୟା ପରିଷଦ, ଗଣିଆ ତରଫରୁ ବୁଧବାରଦିନ ମହାଆଡ଼ମ୍ବରରେ ଗୀତା ଜୟନ୍ତି ପାଳିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିସରରେ ଏହି ଗୀତା ଯଜ୍ଞର ଆୟୋଜନ କରାଯାଇଥିଲା । ମନ୍ଦିରରେ ପ୍ରାତଃରୁ ବିଷ୍ଣୁ ସହସ୍ରନାମ କରାଯିବା ସହିତ ରାମନାମ ଧୁନରେ ଗ୍ରାମ ପରିକ୍ରମା କରାଯାଇଥିଲା । ୧୮ଅଧ୍ୟାୟ ଗୀତାର ୭୦୦ ଶ୍ଳୋକରେ ବାସୁଦେବାୟ ନମଃରେ ଆହୁତି ଦିଆଯାଇଥିଲା । ରାମଚନ୍ଦ୍ର ଦାଶ ବ୍ୟାସ ଓ ବିଶେଶ୍ୱର ମିଶ୍ର ଆଚାର୍ଯ୍ୟଭାବେ ଗୀତାଯଜ୍ଞକୁ ପରିଚାଳନା କରିଥିଲେ । ଧାରକଭାବରେ ୧୨ଜଣ ପଣ୍ଡିିତ ବ୍ରାହ୍ମଣ ଯୋଗଦାନ କରିଥବଲେ । ସଂନ୍ଧ୍ୟାରେ ପ୍ରସାଦସେବନ ସହିତ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା । ଫଳରେ ମନ୍ଦିର ପରିସର ଭକ୍ତିମୟ ପରିବେଶ ସୃ୍ଷ୍ଟି ହୋଇଥିଲା । ସେହପରି ଗଣିଆ ବ୍ଳକର କୁମ୍ଭୀରଖଣି ଗ୍ରାମର ଚୈତନ୍ୟ ସାହୁ, ଶ୍ରୀ ଶ୍ରୀ ଚିନ୍ତାମଣୀ ଜୀଉ ଗୀତା ଗୋଷ୍ଠୀ ଓ ଗ୍ରାମବାସୀମାନଙ୍କ ଦ୍ୱାରା ଛୋଟ ଛୋଟ ପିଲମାନେ କୃଷ୍ଣ, ବଳରାମ, ପଂଚୁପାଣ୍ଡବ, ଗୋପୀ, ଗୋପାଳ, ଓ ହନୁମାନ ଆଦି ବେଶରେ ସଜ୍ଜିତ ହୋଇ ନାମ ସଂକୀର୍ତ କରି ଗ୍ରାମ ପରିକ୍ରମ କରିଥିଲେ । ପରେ ବିଶ୍ୱର କଲ୍ୟାଣ ନିମିତ ଗୀତାର ୧୮ ଅଧ୍ୟାୟ ପାଠ କରିବା ସହିତ ଘୃତାହୁତି ଦିଆଯାଇଥିଲା । ଗୀତା ପାଠରେ ଅଂଶଗ୍ରହଣ କରିଥବବା ପିଲାମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବାକୁ ମାନପତ୍ର ପ୍ରଦାନ କରାଯାଇଥିଲା । କରଡ଼ାପଡ଼ା, ବେଲପଡ଼ା, ରାସଙ୍ଗ, ରାଉତପଡ଼ା, ଛାମୁଣ୍ଡିଆ, କିଶୋରପ୍ରସାଦ, ୱାଲିପୁରଆଦି ଗ୍ରାମ ଗୁଡ଼ିକରେ ଗ୍ରାମ୍ୟ କମିଟି ତରଫରୁ ଗୀତା ଜୟନ୍ତୀ ପାଳିତ ହୋଇଥିଲା ।