ଶ୍ରୀରାମ ଦୟା ପରିଷଦ ତରଫରୁ ଟଙ୍କ ତୋରାଣୀ ବଂଟନ

ଗଣିଆ (ବିଶ୍ୱରଂଜନ ସେଠି ) ସାରା ରାଜ୍ୟରେ ତାପମାତ୍ରା ବଢିବାବୁ ଲିଗିଥିବାବେଳେ ନୟାଗଡ଼ ଜିଲା ଗଣିଆ ବ୍ଳକ ଏକ ପାହାଡ଼ିଆ ଅଂଚଳଭାବେ ପରିଚିତ । ଆଜିକା ଦିନରେ ତାପମାତ୍ରା ୪୨ ଡିଗ୍ରୀରେ ପଂହଚିଥିବାବଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପନିଛି । ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ମିଳୁନାହିଁ । ଏପରିକି ବଜାର ଛକମାନଙ୍କରେ ଜଳଛତ୍ର ଖୋଲିନଥିବାବେଳେ ବାଟୋଇମାନେ ପିଇବା ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଣିଆ ଗାନ୍ଧୀ ଛକଠାରେ ଏକ ଆକ୍ୱାଗାର୍ଡ଼ ଲାଗିଥିବାବେଳେ ତାର ମରାମତି ଅଭାବରୁ ଦୀର୍ଘଦିନ ହେଲା ତାହା ଖରାପ ହୋଇ ପଡ଼ିରହିଛି । ଏଥିପାଇଁ କୌଣସି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହି । ଯାହାକୁ ନେଇ ଗଣିଆ ରଘୁନାଥ ମନ୍ଦିରର ଶ୍ରୀରାମଦୟା ପରିଷଦ ତରଫରୁ ରବିବାର ପୂର୍ବାହ୍ନରେ ଲୋକମାନଙ୍କ ପାଇଁ ଗଣିଆ ଗାନ୍ଧୀପୀଠଠାରେ ଟଙ୍କ ତୋରାଣୀ ବଂଟନ କରାଯାଇଥିଲା ।

ଏଥିରେ ଶ୍ରୀରାମ ଦୟା ପରିଷଦର ସଭାପତି ଜଗନ୍ନାଥ ଦାଶଙ୍କ ନେତୃତ୍ୱରେ ସଂପାଦକ ସାନୁଜରାମ ମିଶ୍ର, ରାକେଶ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ବେହେରା, ସୁରେଶ ଦାଶ, ନିତିଶ ମିଶ୍ର, ମିକୁ ମହୁନ୍ତ, ହାପି ମାହୁନ୍ତ, କାଳିଆ ବେହେରାଙ୍କ ସମେତ ପରିଷଦର ସଭ୍ୟମାନେ ଉପସ୍ଥିତ ରହି ଲୋକମାନଙ୍କୁ ଟଙ୍କ ତୋରାଣୀ ବଂଟନ କରିଥିଲେ । ଆଜି ରବିବାର ଗଣିଆ ହାଟ ହୋଇଥିବାରୁ ନିଘା ଖରାବେଳରେ ଟଙ୍କ ତୋରାଣୀ ପିଇବାକୁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଖରାଦିନେ ପାଣି ଟୋପେ ମିଳୁ ନଥିବାବେଳେ ଶ୍ରୀରାମଦାୟା ପରିଷଦ ତରଫରୁ ଏଭଳି ମହାନ କାଯ୍ୟପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଭୁରୀଭୁରୀ ପ୍ରଶଂସା କରିଛନ୍ତି।