ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ୨୬ରେ ବାତ୍ୟା ସମ୍ଭାବନା

ବଢିଲା ବାତ୍ୟା ଆଶଙ୍କା । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଶନିବାର ଅବପାତ ଏବଂ ୨୫ରେ ଗଭୀର ଅବପାତର ରୂପ ନେବ ଲଘୁଚାପ ।ବିଭିନ୍ନ ଗ୍ଲୋବାଲ ମଡେଲର ଆକଳନ ଅନୁଯାୟୀ, ଏହି ସିଷ୍ଟମ ଆଗାମୀ କିଛି ଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ୨୪ ଅକ୍ଟୋବରରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଆହୁରି ସକ୍ରିୟ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ।ସମୁଦ୍ର ମଧ୍ୟରେ ଅନୁକୂଳ ପରିବେଶ ପାଇ ଏହା କ୍ରମଶଃ ୨୬ ଅକ୍ଟୋବରରେ ବାତ୍ୟା ରୂପ ନେଇପାରେ । ଇସିଏମଡବଲୁଏଫ୍ ଆକଳନ କରିଛି,୨୮ ତାରିଖ ସକାଳେ ଆନ୍ଧ୍ରର କାକିନାଡାପାଖରେସମ୍ଭାବ୍ୟ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବ। ଜିଏଫଏସ୍ ପୂର୍ବାନୁମାନ ହେଲା-ଶ୍ରୀକାକୁଲମ ଓ ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ୍ ସମୟରେ ୧୫୦ କିମି ବେଗରେ ପବନ ବହିବ। ସିଏମସି ମଡେଲ୍ ଅନୁସାରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ପାଖରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗକୁ ପଶିପାରେ। ଅର୍ଥାତ ଓଡ଼ିଶା ଉପରେ ରହିଛି ଭୀଷଣ ବାତ୍ୟାର ବିପଦ ।