କଳିଙ୍ଗ ଷ୍ଟୁଡିଓରେ ମନୋରଞ୍ଜନର ନୂଆ ଠିକଣା, ସାଧାରଣ ପ୍ରବେଶ ଦର ୨୦ ଟଙ୍କା
ପର୍ଯ୍ୟଟକ ଓ ମନୋରଞ୍ଜନପ୍ରେମୀଙ୍କ ପାଇଁ ଖୁସି ଖବର। ଖୋଲିଛି କଳିଙ୍ଗ ଷ୍ଟୁଡିଓ। ଏଠାକୁ ବୁଲିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଷ୍ଟୁଡିଓର ପ୍ରବେଶ ଟିକେଟ୍ ସହ ବିଭିନ୍ନ ମନୋରଞ୍ଜନମୂଳକ ଆକର୍ଷଣର ଟିକେଟ୍ ଦର ଓ ସମୟସୂଚୀ ସମ୍ପର୍କିତ ସୂଚନା ସାମ୍ନାକୁ ଆସିଛି।ଖାସ୍ କଥା ହେଉଛି, ମାତ୍ର ୨୦ ଟଙ୍କାରେ ଷ୍ଟୁଡିଓ କ୍ୟାମ୍ପସ୍କୁ ପ୍ରବେଶ କରିପାରିବେ ପର୍ଯ୍ୟଟକ। ତେବେ ଭିତରେ ଥିବା ବିଭିନ୍ନ ମନୋରଞ୍ଜନମୂଳକ ଆକର୍ଷଣ ପାଇଁ ଦେବାକୁ ପଡ଼ିବ ଅଲଗା ଟିକେଟ୍।କଳିଙ୍ଗ ଷ୍ଟୁଡିଓରେ ମନୋରଞ୍ଜନର ଭିନ୍ନ ଭିନ୍ନ ଅନୁଭୂତି ପାଇଁ ରହିଛି ଅଲଗା ଟିକେଟ୍ ବ୍ୟବସ୍ଥା। ଉପଲବ୍ଧ ଟିକେଟ୍ ଦର ତାଲିକା ଅନୁସାରେ:
- କଳିଙ୍ଗ ଷ୍ଟୁଡିଓ ପ୍ରବେଶ: ୨୦ ଟଙ୍କା
- ସ୍ନୋ ପାର୍କ ପ୍ରବେଶ: ୧୫୦ ଟଙ୍କା
- ମୁଭି ମ୍ୟାଜିକ୍ (୩ଡି ଚଳଚ୍ଚିତ୍ର): ୧୦୦ ଟଙ୍କା
- ଆଡଭେଞ୍ଚର ଲ୍ୟାଣ୍ଡ (ଘୋଷ୍ଟ ହାଉସ୍): ୨୫ ଟଙ୍କା