ଡିଜେ ବଜାଇଲେ କଡ଼ା କର୍ଯ୍ୟାନୁଷ୍ଠାନ’- ପୋଲିସ ଡିଜି

ରାତି ପାହିଲେ ମେଲାଣି ନେବେ ମାଆ ଜଗତ ଜନନୀ । ଯାହାକୁ ନେଇ ହାଇ ଆର୍ଲଟରେ ଓଡ଼ିଶା ପୋଲିସ । ବିଶେଷକରି କଟକ ଭସାଣ ଶୋଭାଯାତ୍ରାରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରାଞ୍ଚଳ ପୋଲିସ ନିର୍ଦ୍ଦେଶ ଦେଇଛନ୍ତି ।କେନ୍ଦ୍ରାଞ୍ଚଳ ଆଇଜିପି ଡ. ସତ୍ୟଜିତ ନାୟକ, ଆଇପିଏସ୍‌, ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନଙ୍କୁ ପର୍ଯ୍ୟାପ୍ତ ପୋଲିସ ମୁତୟନ, ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନିରନ୍ତର ନଜର ରଖିବା ଏବଂ ଭସାଣି ସମୟରେ ନିର୍ଦ୍ଧାରିତ ସୁରକ୍ଷା ନିୟମାବଳୀର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, ଯାଜପୁର ଓ ଜଗତସିଂହପୁର ଆଦି ସାତଟି ଜିଲ୍ଲାରେ ମୋଟ ୧,୩୮୯ଟି ଦୁର୍ଗାପୂଜା ମଣ୍ଡପ ରହିଛି । ଭସାଣି ସମୟରେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରାୟ ୫୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହା ସହିତ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଜିଲ୍ଲା ପୋଲିସ ପକ୍ଷରୁ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।ଡିଜେ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ମୋଡିଫାଏଡ୍ ଗାଡ଼ି ଆଣିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାଗଜ ପତ୍ରରେ ଗୋଟିଏ ଡକ୍ୟୁମେଣ୍ଟ ଦେଇ, ଶୋଭାଯାତ୍ରାରେ ଡିଜେ ବ୍ୟବହାର କରିବାର ପୂର୍ବରୁ ନଜିର ରହିଛି । ଚଳିତ ବର୍ଷ ଭସାଣ ଶୋଭାଯାତ୍ରାରେ ଯେଉଁ ମେଢ଼ରେ ଏମିତି କରାଯିବ, ତାହା ଉପରେ ପୋଲିସ କଡ଼ା ନଜର ରଖିବ । ଗାଡିକୁ ଜବତ କରାଯିବା ସହ ଲାଇସେନ୍ସ ବି ବାତିଲ କରାଯିବ ।