ଦଶହରାରେ ଦେଶବାସୀଙ୍କୁ ମୋଦୀଙ୍କ ଶୁଭେଚ୍ଛା
ଦଶହରା ପାଇଁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆପଣ ସମସ୍ତଙ୍କୁ ବିଜୟାଦଶମୀର ଶୁଭକାମନା । ଖୁସି ଓ ବିଶ୍ବାସର ଏହି ପର୍ବ ବିଜୟ ପର୍ବ ସଭିଁଙ୍କ ସଂକଳ୍ପକୁ ନୂଆ ଶକ୍ତି ଯୋଗାଉ । ସମସ୍ତଙ୍କ ପାଇଁ ସୁଖ, ସୌଭାଗ୍ୟ ଓ ସଫଳତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦେଶବାସୀଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବ ଅଧର୍ମ ଉପରେ ଧର୍ମ, ଅସତ୍ୟ ଉପରେ ସତ୍ୟ ଏବଂ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ । ଏହା ଆମର ଆସ୍ଥା, ସଭ୍ୟତା ଓ ସାଂସ୍କୃତିକ ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସବ । ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିବା ସହ ସମାଜରେ ସଦ୍ଭାବ ଓ ସୌହାର୍ଦ୍ଦ ବୃଦ୍ଧି କରୁ ବୋଲି ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।