ବଲ୍ଲଭ ଭାଇଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ପ୍ରଦୀପ ପ୍ରଜ୍ଜ୍ଵୋଳନ ଅନୁଷ୍ଠିତ*।।*

କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ* “!! *ଶ୍ରୀଜଗନ୍ନାଥ ଦାସ ଙ୍କ ଶ୍ରୀମଦ୍ ଭାଗବତ ର ଅମୃତ ବାଣୀ ” ମତ୍ତ ମଣ୍ଡଳେ ଦେହ ବହି, ଦେବତା ହେଲେବି ମରଇ* ! ” *ମୃତ୍ୟୁ ହିଁ ଧ୍ରୁବ ସତ୍ୟ* !!*ଯାତ୍ରା ସମସ୍ତ ଙ୍କ ଭାଗ୍ୟ ରେ ଆସେ ମାତ୍ର ମହାଯାତ୍ରା ସେହି କତ୍ତିପୟ ମାଟିର ମଣିଷ ଭାଗ୍ୟରେ ଆସେ*।।*କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ*ଶାଳଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବ୍ରାହ୍ମଣ ସେଣା ଗ୍ରାମର ଯୁଵ ସମାଜସେବୀ ତଥା ଅଗ୍ରଣୀ ସ୍ୱଚ୍ଛାସେଵୀ ସଂଗଠନ ଆଦିଶକ୍ତି ଯୁବ ପରିଷଦର କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ବଲ୍ଲଭ କୁମାର ସ୍ବାଇଁ ଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନଖରା ଶିଶୁ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଞ୍ଜଳି ସଭା ଏବଂ ପ୍ରଦୀପ ପ୍ରଜ୍ଜ୍ଵୋଳନ କାର୍ଯ୍ୟକ୍ରମ ଆଦିଶକ୍ତି ଯୁବ ପରିଷଦ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିରେ ଅନେକ ଶିକ୍ଷାବିତ, ସମାଜସେବୀ,ସାମ୍ବାଦିକ, ବରିଷ୍ଠ ନାଗରିକ ଏବଂ ବଲ୍ଲଭ ପ୍ରେମୀ ବନ୍ଧୁ ମାନେ ଯୋଗଦାନ କରି ସ୍ୱର୍ଗତ ବଲ୍ଲଭ କୁମାର ସ୍ବାଇଁ ଙ୍କର ସ୍ମୃତି ଚାରଣ କରିଥିଲେ ଏବଂ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରି ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା କରି ସାମୁହିକ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଆଦିଶକ୍ତି ଯୁବ ପରିଷଦର ବରିଷ୍ଠ ଉପଦେଷ୍ଟା ଶିକ୍ଷାବିତ ମହେନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଶାଳଗାଁ ପଞ୍ଚାୟତର ସରପଞ୍ଚ ପବିତ୍ର ମୋହନ ଉପାଧ୍ୟାୟ, ଯୁବ ପରିଷଦର ଉପଦେଷ୍ଟା ବିଭୁତି ଭୁଷଣ ସାହୁ, ବିଚିତ୍ରାନନ୍ଦ ନାୟକ, ସୁନାକର ଖୁଣ୍ଟିଆ,ନାରାୟଣ ବିଶ୍ୱାଳ, ପ୍ରଣଵାନନ୍ଦ ଦାସ, ଲକ୍ଷ୍ମୀ ନାରାୟଣ ସାହୁ, ହରେକୃଷ୍ଣ ସାହୁ , ସଚିତ୍ରା ନନ୍ଦ ରାଉତ, ଦେବେନ୍ଦ୍ର ଯେଠୀ, ନବୀନ ସିଂ, ପୁଷ୍ପାଞ୍ଜଳି ଦାସ, ସଞ୍ଜୀବ କୁମାର ଜେନା, ରତ୍ନାକର ନାୟକ, ବିରଞ୍ଚି ମହାନ୍ତି, ମଳୟ ନାୟକ, ଦିଲ୍ଲୀପ ପାଣି ,ତ୍ରୈଲୋକ୍ୟ ଓଝା, ହୃଷିକେଶ ମହାନ୍ତି, ଧନଞ୍ଜୟ ଶତପଥୀ, ଦି୍ଲିପ ବେହେରା , ସାମ୍ବାଦିକ ଅକ୍ଷୟ ଫଗୁଣ, କ୍ଷୀରୋଦ ଚନ୍ଦ୍ର ପଣ୍ଡା, ଙ୍କ ସମେତ ସେଫାଳୀ ପରିବାର, ଉଦୟନାଥ ଚାରିଟେବୁଲ ଟ୍ରଷ୍ଟ, ଏବଂ ହାଟେଶ୍ୱର ଜନ୍ କଲ୍ୟାଣ ସମିତିର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ସହପାଠୀ ବଲ୍ଲଭ ପ୍ରେମୀ ବନ୍ଧୁମାନେ ଉପସ୍ଥିତ ରହି ସ୍ୱର୍ଗତ ବଲ୍ଲଭ ସ୍ୱାଇଁ ଙ୍କ ତୈଳଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ**ଏହି ଭଳି ଘଡିସନ୍ଧି ମୂହୁର୍ତ୍ତରେ ବଲ୍ଲଭ ପରିବାର ଓ ବନ୍ଧୁ ବର୍ଗଙ୍କୁ ପ୍ରଭୁ ଶକ୍ତି, ସାହାସ, ଧର୍ଯ୍ଯ ଓ ଗଭୀର ଆତ୍ମବିଶ୍ବାସ ଦିଅନ୍ତୁ ଏହି ପ୍ରାର୍ଥନା କରିଥିଲେ*।*କଟକ-ଚୌଦ୍ବାର ଶାଳଗାଁ ରୁ ବ୍ୟୁରୋ ଚିଫ୍ ସାମ୍ବାଦିକ ଅକ୍ଷୟ ଫଗୁଣ ଙ୍କ ରିପୋର୍ଟ Hr TV ଓଡିଆ* ।।