ଗଣିଆ ପ୍ରିମିୟର ଲିଗଭୀର ଇଲେଭେନ ଓ ବିକ୍ରମ ଟାଇଗର ବିଜୟୀ

ଗଣିଆ,(ବିଶ୍ୱରଂଜନ ସେଠି ) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ରବିବାରଦିନ ୨ୟ ଦିନର ଖେଳରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ବିଏନଏସ ଫ୍ଲାଇଙ୍ଗ ଇଗଲ ଓ ଭୀର ଉଲେଭେନ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବିଏନଏସ ଫ୍ଲାଇଙ୍ଗ ଇଗଲ ଟସ ଉଇନ କରି ଭୀର ଉଲେଭେନକୁ ବ୍ୟାଟିଂ କରିବାର ସୁଯୋଗ ଦେଇଥିଲା । ଭୀର ଉଲେଭେନ ବ୍ୟାଟିଂ କରି ୧୦ ଓଭରରେ ୬ ଉଇକେଟ ହରାଇ ୧୨୪ରନ କରିଥିଲା । ଜବାବରେ ବିଏନଏସ ଫ୍ଲାଇଙ୍ଗ ଇଗଲ ବ୍ୟାଟିଂ କରି ୧୦ଓଭରରେ ସମସ୍ତ ଉଇକେଟ ହରାଇ ୭୯ ରନ କରି ୪୫ରନରେ ପରାସ୍ତ ହୋଇଥିଲା ।

ସେହିପରି ୨ୟମ୍ୟାଚରେ ବିକ୍ରମ ଟାଇଗର ବନାମ କ୍ରିକେଟ କିଙ୍ଗସ୍ ଇଲେଭେନ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ବିକ୍ରମ ଟାଇଗର ଟସ ଉଇନ କରି କିଙ୍ଗସ୍ ଇଲେଭେନକୁ ବ୍ୟାଟିଂ କରିବାର ସୁଯୋଗ ଦେଇଥିଲା । କିଙ୍ଗସ୍ ଇଲେଭେନ ବ୍ୟାଟିଂ କରି ୧୦ ଓଭରରେ ୭ଗୋଟି ଉଇକେଟ ହରାଇ ୧୦୯ ରନ କରିଥିଲା । ଜବାବରେ ବିକ୍ରମ ଟାଇଗର ୮ ଓଭରରେ ୪ଗୋଟି ଉଇକେଟ ହରାଇ ୧୧୦ ରନ କରି ବିଜୟୀ ହୋଇଥିଲା । ଆଜିର ପ୍ରଥମ ମ୍ୟାଚରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲା ବିଜେପି ଦଳର ଉପସଭାପତି ଚନ୍ଦ୍ରଶଖର ଦାଶ ଓ ସମ୍ମାନିତ ଅତିଥିଭାବେ ଗଣିଆ ମଣ୍ଡଳ ବିଜେପି ଉପସଭାପତି ଭାଗିରଥି ଗଡ଼ନାୟକ ଯୋଗଦାନ କରିଥିବା ବେଳେ ୨ୟମ୍ୟାଚରେ ମୁଖ୍ୟ ଅତିଥିଭାବେ ସଂଜୀବନୀ ମେଡିସିନ ଷ୍ଟୋରର ମାଲିକ ସୁଶିଲ କୁମାର ଖଟୁଆ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ପରିଚାଳନା କରିଥିଲେ ବରିଷ୍ଠ ଖେଳାଳୀ ଅଜୟ କୁମାର ସେଠୀ ଓ କୁତାର୍ଥ ବେହେରା ।