ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରୁ ଡିସଚାର୍ଜ : ଛାତି ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଛାତି ସଂକ୍ରମଣ ଯୋଗୁଁ ତାଙ୍କୁ ଅକ୍ଟୋବର ୧୬ ତାରିଖରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ୯୮ ବର୍ଷୀୟ ଆଡଭାନୀ ନ୍ୟୁରୋଲୋଜିର ବରିଷ୍ଠ ପରାମର୍ଶଦାତା ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ଲାଲ କୃଷ୍ଣ ଆଡଭାନୀ ନିୟମିତ ଭାବେ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ପରାମର୍ଶ ପାଇଁ ଆପୋଲୋ ହସ୍ପିଟାଲ ଯାଇଥାନ୍ତି। ସେ କିଛି ସମୟ ଧରି ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ବିନୀତ ସୁରୀଙ୍କ ସହ ମଧ୍ୟ ପରାମର୍ଶ କରୁଛନ୍ତି।ଆଡବାନୀ ହସ୍ପିଟାଲରେଭର୍ତ୍ତି ହେବାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବାସଭବନରେ ସାକ୍ଷାତ କରିଥିଲେ । ମୋଦୀ ସରକାର ପ୍ରମୁଖ ଭାବେ୨୫ବର୍ଷ ପୂର୍ତ୍ତି ଅବସରରେ ଆଡଭାନୀଙ୍କଠାରୁ ଆଶୀର୍ବାଦ ନେଇଥିଲେ । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ଫଟୋ ପୋଷ୍ଟ କରିଥିଲେ । ଦେଶରେ ପ୍ରଗତିରେ ଆଡଭାନୀଙ୍କ ପ୍ରମୁଖ ଭୂମିକାକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।