ଗଣିଆ ପ୍ରିମିୟର ଲିଗ ସିଜିନ -4ଭୀର ଇଲେଭେନ ଓ କିଙ୍ଗ ଇଲେଭେନ ବିଜୟୀ

ଗଣିଆ,- (ବିଶ୍ୱରଞ୍ଜନ ସେଠି ) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ସୋମବାରଦିନ ୩ୟ ଦିନର ଖେଳରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ବିକ୍ରମ ଟାଇଗର ବନାମ ବୀର ଇଲେଭେନ ଉଲେଭେନ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବୀର ଇଲେଭେନ ଟଚ ଉଇନ କରି ଫିଲଡିଂ କରିବାର ନିଷ୍ପତି ନେଇଥିଲେ । ବିକ୍ରମ ଟାଇଗରକୁ ବ୍ୟାଟିଂ କରିବାର ସୁଯୋଗ ଦେଇଥିଲା ।ବିକ୍ରମ ଟାଇଗର ବ୍ୟାଟିଂ କରି ୧୦ ଓଭରରେ ୬ ଉଇକେଟ ହରାଇ ୧୨୫ରନ କରିଥିଲା । ଜବାବରେ ବୀର ଇଲେଭେନ ବ୍ୟାଟିଂ କରି ୯.୪ଓଭରରେ ୨ଉଇକେଟ ହରାଇ ୧୨୬ ରନ କରି ବିଜୟୀ ହୋଇଥିଲେ । ପ୍ରଥମ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଗଣିଆ ଥାନା ଏ ଏସ ଆଇ ସାହା ଆଲାମ ଖାଁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । lସେହିପରି ୨ୟମ୍ୟାଚରେ ବି ଏନ ଏସ ଫ୍ଲାଇଙ୍ଗ ଈଗଲ ବନାମ କ୍ରିକେଟ କିଙ୍ଗସ୍ ଇଲେଭେନ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ବି ଏନ ଏସ ଫ୍ଲାଇଙ୍ଗ ଟଚ ଉଇନ କରି ବ୍ୟାଟିଙ୍ଗ କରିବାର ନିଷ୍ପତି ନେଇଥିଲେ । ୧୦ ଓଭରରେ ୪ ଉଇକେଟ ୧୪୫ ରନ କରିବାରେ ସକ୍ଷମ ହୋଇଥିଲେ । ଜବାବରେ କିଙ୍ଗ ଇଏଭେନ୮.୪ ଓଭରରେ ୨ ଉଇକେଟ ହରାଇ ୧୪୬ କରି ବିଜୟୀ ହୋଇଥିଲେ । ଦ୍ୱିତୀୟ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଶ୍ରୀରାମ ମେଡିସିନ ଷ୍ଟୋରର ପ୍ରୋପାଇଟର ତଥା ମହାବୀର ବଣିକ ସଂଘର ସଭାପତି ଦାଶରଥି ସାହୁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରଥିଲେ । ଆଜିର ମ୍ୟାଚରେ ବରିଷ୍ଠ ଅମ୍ପାୟାର ଦିଲ୍ଲୀପ ନାୟକ ଓ ଅଜୟ କୁମାର ସେଠି ଖେଳ ପରିଚାଳନା କରିଥିଲେ।