ଓଡ଼ିଆ ଜାତି ପାଇଁ କୋଟିଆ ବହୁତ ଗୁରୁତ୍ଵପୂର୍ଣ୍ଣ: ଧର୍ମେନ୍ଦ୍ର ପ୍ରଧାନ

କୋଟିଆକୁ ନେଇ ରାଜନୀତି ତେଜିବା ପରେ ମୁହଁ ଖୋଲିଛନ୍ତି ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ସୀମା ବିବାଦର ସମାଧାନ ପାଇଁ ଦଳମତ ନିର୍ବିଶେଷରେ ଏକାଠି ହୋଇ ମିଳିତ ଆଲୋଚନା କରିବାକୁ ସେ ଅପିଲ୍ କରିଛନ୍ତି ।ଓଡ଼ିଶା ଏବଂ ପ୍ରତ୍ୟେକ ଓଡ଼ିଆ ଜାତି ପାଇଁ କୋଟିଆ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଆମେ ସମସ୍ତେ ଜାଣିଛନ୍ତି। କୋଟିଆ ହେଉଛି ଓଡ଼ିଶାର ଅସ୍ମିତା, ସାର୍ବଭୌମତ୍ୱ ଓ ଅଖଣ୍ଡତାର ପରିଚୟ। ଓଡ଼ିଆ ଭାବେ କୋଟିଆକୁ ନେଇ ଦୀର୍ଘ ସମୟ ଧରି ଦେଖାଯାଇଥିବା ସୀମା ବିବାଦ ନିଶ୍ଚୟ ଭାବେ ଚିନ୍ତାଜନକ। ଦଳ ମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହୋଇ ମିଳିତ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କୋଟିଆ ବିବାଦର ସମାଧାନ ପାଇଁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରି ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ନିଜ ପୋଷ୍ଟରେ ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।