ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ତପନ ସେଠୀ, ଏକକାଳୀନ ୭ଟି ସ୍ଥାନରେ ରେଡ୍‌

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଚଢାଉ କରିଛି ଭିଜିଲାନ୍ସ । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ ।କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୩ ଜଣ ଅତିରିକ୍ତ ଏସ୍ ପି, ୬ ଜଣ ଡିଏସ୍ ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ଭିଜିଲାନ୍ସ ଟିମ୍ କଟକ ସିଡିଏ ସେକ୍ଟର-୭ରେ ଥିବା ତିନି ମହଲା କୋଠା, ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନି ମହଲା କୋଠା, କଟକ ଜିଲ୍ଲା କଣ୍ଟାପଡ଼ାରେ ଥିବା ଫାର୍ମ ହାଉସ୍ ଓ ସିମ୍ପ୍ଲେକ୍ସ, ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆରେ ଥିବା ଦୁଇ ମହଲା ଘର, କଟକ ୪୨ ମୌଜାର ବାଣ୍ଟୁଣିଆସ୍ଥିତ ଶ୍ୱଶୁର ଘର, ଭୁବନେଶ୍ୱର କଣ୍ଟାବାଡ଼ରେ ଥିବା ଦୁଇ ମହଲା କୋଠା ଏବଂ ବଡ଼ଚଣାସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଯାଞ୍ଚ କରୁଛି।ସେହିପରି ବର୍ତ୍ତମାନ ସୁଦ୍ଧା ସୁନା ଗହଣା ଏବଂ ନଗଦ ଟଙ୍କାର ଆକଳନ ଜାରି ରହିଥିବା ବେଳେ ଏହି ଚଢ଼ାଉରେ ଆହୁରି ଅନେକ ଗୁମର ଫିଟିବା ସମ୍ଭାବନା ରହିଛି।