ଗଣିଆ ପ୍ରିମିୟର ଲିଗକ୍ରିକେଟ୍ କିଙ୍ଗ୍‌ସ ଇଲେଭେନ ଚାମ୍ପିଆନ

ଗଣିଆ,-(ବିଶ୍ୱରଂଜନ ସେଠି ) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ୪ଦିନ ଧରି ଅନୁଷ୍ଠିତ ହେଉଥିବାବେଳେ ଗୁରୁବାର ପୂର୍ବାହ୍ନରେ ୨ୟ କ୍ୱାଲିଫାଏଡ଼ ମ୍ୟାଚ ବିକ୍ରମ ଟାଇଗର ବନାମ କ୍ରିକେଟ ଭୀର ଇଲେଭେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଭୀର ଇଲେଭେନ ଟସ ଉଇନ କରି ଫିଲଡିଂ କରିବାକୁ ଚୟନ କରିଥିଲା । ବିକ୍ରମ ଟାଇଗର ବ୍ୟାଟିଂ କରି ୧୦ ଓଭରରେ ୬ଗୋଟି ଉଇକେଟ ହରାଇ ୧୦୫ ରନ କରିଥିଲା । ଜବାବରେ ଭୀର ଇଲେଭେନ ୮.୨ ଓଭରରେ ୨ ଉଇକେଟ ହରାଇି ୧୦୬ ରନ କରି ବିଜୟୀ ହୋଇଥିଲା । ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଆଂଚଳିକ ସାମ୍ବାଦିକ ସଂଘ, ଗଣିଆର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ବାଳକୃଷ୍ଣ ରାଉତ, ଶୁଭ୍ରାଶୁଂ ଶେଖର ମହାରଣା, ବ୍ରଜବନ୍ଧୁ ଦେହୁରୀ, ସଦାଶିବ ପାତ୍ର ଓ ସନ୍ଦୀପ କୁମାର ପାଣିଗ୍ରାହୀ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଅପରାହ୍ନରେ ଭୀର ଇଲେଭେନ୍ ଓ କିଙ୍ଗସ୍ ଇଲେଭେନ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଭୀର ଇଲେଭେନ ଟସ ଉଇନ କରି ଫିଲଡିଂ କରିବାକୁ ଚୟନ କରିଥିଲା । କିଙ୍ଗ୍‌ସ ଇଲେଭେନ୍ ବ୍ୟାଟିଂ କରି ୧୦ ଓଭରରେ ୬ଗୋଟି ଉଇକେଟ ହରାଇ ୧୬୧ ରନ କରିଥିଲା । ଜବାବରେ ଭୀର ଇଲେଭେନ ୧୦ ଓଭରରେ ୬ ଉଇକେଟ ହରାଇି ୧୩୫ ରନ କରି ୨୬ରନରେ ପରାସ୍ତ ହୋଇଥିଲା । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଗଣିଆ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଗଣିଆ ସରପଂଚ ଗିରିଧାରୀ ସେଠୀ, ନୟାଗଡ଼ ଜିଲା ବିଜେପି ଉପସଭାପତି ଚନ୍ଦ୍ରଶେଖର ଦାଶ, ସାମାଜିକ କର୍ମୀ ତଥା ମହାବୀର ମୋଟର ସଂଘର ସଭାପତି ରମାକାନ୍ତ ରାଉତ, ଆଂଚଳିକ ସାମ୍ବାଦିକ ସଂଘ, ଗଣିଆର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ ଯୋଗଦାନ କରି ଖେଳାଳୀମାନଙ୍କ ସହିତ ପଡ଼ିଆରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଖେଳ ଶେଷରେ ଚମ୍ପିଆନ ଟିମକୁ ଟ୍ରଫି ସହିତ ନଗଦ ୩୦୦୦୧/- ଟଙ୍କା ଓ ରନର୍ସ ଅପ ଟିମକୁ ଟ୍ରଫି ସହିତ ନଗଦ ୨୦୦୦୧/- ଟଙ୍କା ପ୍ରଦାନ କରିବା ସହିତ ଉତ୍ସାହିତ କରିଥିଲେ । କ୍ରିକେଟ କିଙ୍ଗ୍‌ସ ଇଲେଭେନ୍ ର ଖେଳାଳୀ ଜୀବନଜ୍ୟୋତି ପଣ୍ଡାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ କିଙ୍ଗ୍‌ସ ଇଲେଭେନ୍ ଟିମର ମାନସ ମଲ୍ଳିକଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜିର ଖେଳକୁ ଦିଳ୍ଲୀପ ନାୟକ ଓ କେନ୍ଦ୍ରାପଡ଼ାର ଡ୍ୟାନ୍ସିଂ ଅମ୍ପିୟାର ବିକ୍ରମ ବେହେରା ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଚମ୍ପିୟାନ ଓ ରନର୍ସ ଅପ ଟ୍ରଫିକୁ ଜଗନ୍ନାଥ ଟ୍ରେଡର୍ସ, ତଳବଜାର, ଗଣିଆ ପ୍ରଦାନ କରିଥିବା ବେଳେ ମ୍ୟାନ ଅଫ ଦି ସିରିଜକୁ ଲକି ମୋବାଇଲ ଆଣ୍ଡ ଗିଫ୍ଟ, ମ୍ୟାନ ଅଫ ଦି ଫାଇନାଲକୁ ଜଗନ୍ନାଥ ମୋବାଇଲ ପଂଏଟ, ତଳବଜାର, ଗଣିଆ ପ୍ରଦାନ କରିଥିଲେ । କମିଟେଟର ଭାବେ ଅମିତ ରୋସନ ସୁଦୁର ଅନୁଗୁଳରୁ ଆସିଥିବା ବେଳେ ୟୁଟ୍ୟୁବ ଲାଇଭ କରିବାକୁ ରକ୍ କ୍ରିକେଟ, କଟକରୁ ଆସିଥିଲେ । ବିଶେଷ କରି ଫାଇନାଲ ମ୍ୟାଚରେ ବିଶେଷ ଆକର୍ଷଣ ସାଜିଥିଲେ ନଟିଆ ଡ୍ୟାନ୍ସ ଗ୍ରୁପ, ଖୋର୍ଦ୍ଧାର ଚିୟର ଗାର୍ଲ । ମଂଚକୁ ପରିଚାଳନା କରିଥିଲେ ଗଣିଆ ପ୍ରିମିୟର ଲିଗର ମ୍ୟାନେଜର ବିଶ୍ୱରଂଜନ ସେଠୀ ।