ଦୁର୍ଘଟଣାରେ ଦୁଇ ଯୁବ ଆଥଲେଟଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଦୁର୍ଘଟଣାରେ ଦୁଇ ଓଡ଼ିଆ ସ୍ପ୍ରିଣ୍ଟରଙ୍କ ମୃତ୍ୟୁ । ଗତକାଲି ରାତିରେ ଓଡ଼ିଆ ସ୍ପ୍ରିଣ୍ଟର ଜୟରାମ ଦଣ୍ଡପାଟ ଏବଂ ମଳୟ ବାରିକ ମୃତ୍ୟୁ ହୋଇଛି ।ଏହି ଦୁଃଖଦ ଘଟଣା ସମଗ୍ର କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ଉଭୟଙ୍କ ପରିବାର ଓ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।ଖବର ଅନୁଯାୟୀ, ଉଭୟ ଆଥଲେଟ୍‌ ଏକ ବୁଲେଟ୍ ମୋଟର ସାଇକେଲ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିଲେ। ଏଥିରେ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।