ଇସ୍ରାଏଲ୍‌ର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ

ଇସ୍ରାଏଲ୍‌ର ସ୍ବାଧୀନତା ଦିବସ ଉତ୍ସବରେ ଯୋଗଦେବା ସହ ମଶାଲ ପ୍ରଜ୍ୱଳନ (Torch lighting) କରିବା ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦfଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରିଛନ୍ତି। ୨୨ ଅକ୍ଟୋବର ୨୦୨ରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଏକ ଟେଲିଫୋନ୍ ଆଲୋଚନା ସମୟରେ ନେତନ୍ୟାହୁ ଏହି ଆମନ୍ତ୍ରଣ ଜଣାଇଛନ୍ତି।ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନିଜ ବନ୍ଧୁ ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ଇସ୍ରାଏଲ୍‌ର ସ୍ୱାଧୀନତା ଦିବସରେ ଜଣେ ସାହସୀ ଭାରତୀୟ ପାଇଲଟ୍‌ଙ୍କ ସହ ମଶାଲ୍ ପ୍ରଜ୍ୱଳନ କରିବାକୁ ସେ ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି ।

ନେତନ୍ୟାହୁଙ୍କ ଅନୁସାରେ, ନିମନ୍ତ୍ରଣ ପାଇଁ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଆତଙ୍କବାଦ ବିରୋଧରେ ଭାରତ ଓ ଇସ୍ରାଏଲ୍ ମିଳିତ ଭାବେ ଲଢ଼ୁଥିବା କହିଥିଲେ । ଏହା ସହ ଦୁଇ ଦେଶ ମଧ୍ୟରେ ରହିଥିବା ଦୀର୍ଘ ବର୍ଷର ଦୃଢ଼ ସମ୍ପର୍କକୁ ମଧ୍ୟ ମୋଦୀ ପ୍ରଶଂସା କରିଥିବା ନେତନ୍ୟାହୁ ଉଲ୍ଲେଖ କରିଛନ୍ତି ।