ଫୋନ୍‌ରେ ସିମ୍ ନଥିଲେ ଚାଲିବନି ମେସେଜିଂ ଆପ !ଜାନୁଆରୀ ୧ରୁ ଲାଗୁ ହେବ ନିୟମ

ଯଦି ଆପଣ WhatsApp, Telegram କିମ୍ୱା ଅନ୍ୟାନ୍ୟ ମେସେଜିଂ ଆପ ବ୍ୟବହାର କରନ୍ତି ଏବଂ ଅନେକ ସମୟରେ ଫୋନରୁ SIM ବାହାର କରିବା ପରେ ମଧ୍ୟ ଏହି ଆପ୍ସଗୁଡ଼ିକୁ ଚଲାଉଥାନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ପାଇଁ ନିୟମ ବଦଳିପାରେ। ଜାନୁଆରୀ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ ‘ସିମ୍ ବାଇଣ୍ଡିଂ’ । ଏହି ନୂତନ ସାଇବର ସୁରକ୍ଷା ନିୟମ ଲାଗୁ ହେବା ପରେ କିଛି ନିର୍ଦ୍ଦିଷ୍ଟ ଉପଭୋକ୍ତା ଓ ଡିଭାଇସ୍‌ରେ ହ୍ୱାଟ୍ସଆପ୍ ଆଉ ପୂର୍ବଭଳି କାମ କରିବ ନାହିଁ । ବିଶେଷକରି ସାଇବର ଠକେଇ ଓ ଫେକ୍ ଆକାଉଣ୍ଟ ରୋକିବା ପାଇଁ ସରକାର ଏବଂ ଟେଲିକମ୍ ବିଭାଗ ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯାଇଛି ।ଏହାର ସିଧାସଳଖ ପ୍ରଭାବ ସେହି ଲୋକଙ୍କ ଉପରେ ପଡ଼ିପାରେ, ଯେଉଁମାନେ ବିନା SIM ରେ Wi-Fi ଜରିଆରେ WhatsApp କିମ୍ୱା ଅନ୍ୟାନ୍ୟ ମେସେଜିଂ ଆପ ବ୍ୟବହାର କରୁଛନ୍ତି।ସିମ ବାଇଣ୍ଡିଂ (SIM Binding)କୁ ସରଳ ଭାଷାରେ ବୁଝିଲେ, ଯେଉଁ ମୋବାଇଲ ନମ୍ୱରରେ ଆପଣ କୌଣସି ମେସେଜିଂ ଆପରେ ଆକାଉଣ୍ଟ ଖୋଲିଛନ୍ତି, ସେହି ନମ୍ୱରର ସକ୍ରିୟ SIM ସେହି ଫୋନରେ ହିଁ ରହିବା ଆବଶ୍ୟକ, ଯେଉଁଥିରେ ଆପଣ ସେହି ଆପ ବ୍ୟବହାର କରୁଛନ୍ତି। ଅର୍ଥାତ, SIM ଏବଂ ମେସେଜିଂ ଆପ ଆକାଉଣ୍ଟ ମଧ୍ୟରେ ଏକ ସିଧାସଳଖ ସମ୍ପର୍କ ବଜାୟ ରଖିବା ପାଇଁ ଚେଷ୍ଟା କରାଯିବ।ଏହା ବ୍ୟତୀତ ପୁରୁଣା ଅପରେଟିଂ ସିଷ୍ଟମ୍ ଏବଂ ଅଣ-ପଞ୍ଜୀକୃତ କିମ୍ବା କ୍ଲୋନ୍ କରାଯାଇଥିବା ସିମ୍‌ରେ ଚାଲୁଥିବା ଆକାଉଣ୍ଟଗୁଡ଼ିକ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ବ୍ୟାଙ୍କିଙ୍ଗ୍ ଆପ୍ ଭଳି ଏବେ ହ୍ୱାଟ୍ସଆପ୍ ମଧ୍ୟ ନିୟମିତ ଭାବେ ଡିଭାଇସ୍‌ରେ ଥିବା ସିମ୍‌କୁ ଭେରିଫାଏ କରିବ ।