ଭୁବନେଶ୍ୱରରେ ସାଇକ୍ଲିଂ ଟ୍ରେଲ୍ର ଶୁଭାରମ୍ଭ, ଇ-ବାଇକ୍ ସେବା ଆଣିବାକୁ ଅଣ୍ଟା ଭିଡ଼ୁଛନ୍ତି ସରକାର
ଅର୍ବାନ ମୋବିଲିଟି ଇଣ୍ଡିଆ କନକ୍ଲେଭ ଅବସରରେ ବିଡିଏ ପକ୍ଷରୁ ସାଇକ୍ଲିଂ ଟ୍ରେଲ୍ର ଶୁଭାରମ୍ଭ ହୋଇଛି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପତାକା ଦେଖାଇ ସାଇକ୍ଲିଂ ଟ୍ରେଲର ଶୁଭାରମ୍ଭ କରିଛନ୍ତି। ଚନ୍ଦ୍ରଶେଖରପୁରରୁ ଏକାମ୍ରକାନନ ପର୍ଯ୍ୟନ୍ତ ସାଇକେଲ ଚଳାଇଥିଲେ। ସାଇକେଲ ଚାଳନାକୁ ପ୍ରୋତ୍ସାହନ ଦେବା ସହିତ ପରିବେଶ ଅନୁକୂଳ ଯାତାୟାତ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି।EV ସାଇକେଲ ଚଳାଚଳ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଲୋକଙ୍କ ଆବଶ୍ୟକତା ଓ ଭିତ୍ତିଭୂମି ବିକାଶ ପରେ ଗଡ଼ିପାରେ ସାଇକେଲ। ପ୍ରଦୂଷଣ ହ୍ରାସ ଏବଂ ପରିବେଶ ଅନୁକୂଳ ପାଇଁ ଏହାକୁ ଶୀଘ୍ର ଚାଲୁ କରିପାରନ୍ତି ସରକାର ।ସେହିପରି ଜବରଦଖଲରେ ଥିବା ସାଇକେଲ୍ ଟ୍ରାକ୍ ଗୁଡ଼ିକୁ ଅବରୋଧମୁକ୍ତ କରିବା ସହ ଏହାର ଉନ୍ନତୀକରଣ କରାଯିବ ବୋଲି କହିଛନ୍ତି ବିଏମ୍ ସି କମିଶନର ଚଞ୍ଚଳ ରାଣା। ତେବେ ଶତାଧିକ ସାଇକେଲ ଆରୋହୀଙ୍କ ସମେତ ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା ଓ କ୍ରୁଟ ଏମଡି ମହମ୍ମଦ ସାଦିକ ଆଲାମ ପ୍ରମୁଖ ଏହି ସାଇକେଲ ଟ୍ରେଲରେ ସାମିଲ ହୋଇଥିଲେ।