ଆସନ୍ତା ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ! ଆସିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ

ଆସନ୍ତା ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀ। ୨୫ତାରିଖ ଅପରାହ୍ନ ୪ଟା ୧୦ରେ ଭୁବନେଶ୍ବରରେ ପହଞ୍ଚିବେ ପିଏମ୍। ଏହାପରେ ୪ଟା ୧୫ରେ ହେଲିକପ୍ଟରରେ ଯାଇ ଖୋର୍ଦ୍ଧା ହେଲିପ୍ୟାଡରେ ୪ଟା ୩୫ରେ ପହଞ୍ଚିବେ। ଖୋର୍ଦ୍ଧା ହେଲିପ୍ୟାଡରୁ ବାହାରି ୪ଟା ୪୫ରେ ଆରବିଆଇ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୪ଟା ୪୫ରୁ ୫ଟା ୪୫ ଯାଏଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ।ଏହାପରେ ୫ଟା ୫୦ରୁ ସେଠାରୁ ବାହାରି ରୋଡରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ୬ଟା ୩୦ରେ ପହଞ୍ଚି ଦିଲ୍ଲୀ ଫେରିଯିବେ ମୋଦୀ। ଅନ୍ୟପଟେ ଅକ୍ଟୋବର ୨୮ ଓ ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟିରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ପ୍ରଥମ ଦିନରେ ମା’ କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଡିଫେନ୍ସ ମେଗା ହେଲ୍‌ଥ କ୍ୟାମ୍ପର ପରିଦର୍ଶନ କରିବେ ରାଷ୍ଟ୍ରପତି। କଚେରୀ ପଡ଼ିଆରୁ ଭର୍ଚୁଆଲ୍ ମାଧ୍ୟମରେ ୩୭ଟି ଜାହେର ସ୍ଥଳର ବିକାଶ, ଗୋଶାଳା ଏବଂ ଆସେକା (ASECA) ଭବନର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।