ଗଣିଆ -ଛାମୁଣ୍ଡିଆ ରାସ୍ତା ମରଣଯନ୍ତା , ପ୍ରଶାସନର ନିଦ ଭାଙ୍ଗୁନି, ଦିନକୁ ଦିନ ବଢୁଛି ଦୁର୍ଘଟଣା , ତିନି ଦଫା ଦାବି ପତ୍ର ନେଇନଭେମ୍ବର ୨ରେ ପଦଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ

ଗଣିଆ (ବିଶ୍ୱରଂଜନ ସେଠି ): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଗଣିଆରୁ ଛାମୁଣ୍ଡିଆ ମୁଖ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହେବାରେ ଲାଗିଛି। ଏହି ରାସ୍ତାଟି ଏବେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ମରଣଯନ୍ତା ପାଲଟିଥିଲେ ହେଁ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁ ନାହିଁ।
ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ା ଗାତ ଏବଂ ପିଚୁ ଉଚ୍ଛିନ୍ନ ହୋଇ କଙ୍କର ବାହାରିଥିବାରୁ ଏହା ଦେଇ ଯାତାୟାତ କରିବା ସାଧାରଣ ଜନତା ଓ ଯାତ୍ରୀଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି। ସ୍କୁଲ୍‌-କଲେଜ୍ ପିଲା, ରୋଗୀ ଓ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାସ୍ତାର ଏଭଳି ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି ଏବଂ ଅନେକ ଲୋକ ଆହତ ମଧ୍ୟ ହେଉଛନ୍ତି। ରାତିରେ ଅଜାଣତରେ ଆସୁଥିବା ଗାଡ଼ିଗୁଡ଼ିକ ଏହି ବଡ଼ ବଡ଼ ଗାତରେ ପଡ଼ି ଭାରସାମ୍ୟ ହରାଉଛନ୍ତି। ଏହା ସତ୍ତ୍ବେ ବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ତୁରନ୍ତ ଏହି ରାସ୍ତାର ମରାମତି କିମ୍ବା ନୂତନକରଣ ନ କଲେ ସ୍ଥାନୀୟ ବାସିନ୍ଦା ଏବଂ ଯାତ୍ରୀମାନେ ଆଗାମି ଦିନରେ ଏକାଠି ହୋଇ ବୃହତର ଆନ୍ଦୋଳନ କିମ୍ବା ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି। ଏପରିକି ଜଙ୍ଗଲ ଅଞ୍ଚଳ ହେଇଥିଵା ଯୋଗୁ ବନ୍ୟଜନ୍ତୁ ଙ୍କ ଭୟ ମଧ୍ୟ ରହୁଛି. ଏହା ସହ ଯଦି କୋଣସି ପଯ୍ୟଟକ ଏ ଅଞ୍ଚଳ କୁ ବୁଲିବାକୁ ଆସନ୍ତି ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବାସହ ପୁର୍ନବାର ଆସିବାକୁ ମନ କରୁନାହାନ୍ତି ଏବଂ ସେମାନେ କୋଣସି ଲୋକ ଙ୍କୁ ମଧ୍ୟ ଏ ଅଞ୍ଚଳ କୁ ବୁଲିଯିବା ପାଇଁ ମତ ଦିଅନ୍ତି ନାହିଁ ଯାହାଫଳରେ ଏ ଅଞ୍ଚଳ ର ବ୍ୟବସାୟ ଙ୍କ ଆର୍ଥିକ ପରିସ୍ଥିତି ବିଗିଡ଼ିବା ରେ ଲାଗିଛି. ଗମନାଗମନ ର ଦୁର୍ଦଶା ନ କହିବା ଭଲ. ଏ ରାସ୍ତା ର ଅବ୍ୟବସ୍ଥା ହେତୁ ସାଧାରଣ ଜନତାଙ୍କ ବୋଝ ଉପରେ ଲଳିତା ବିଡା ର ପରିସ୍ଥିତି ଉପୁଜୁଛି. । ପ୍ରଥମ ଦାବି :- ଗଣିଆ ବଜାର ରୁ ଛାମୁଣ୍ଡିଆ ପଯ୍ୟନ୍ତ ପୂର୍ଣ୍ଣ ରାସ୍ତା ନିର୍ମାଣ. ଦ୍ୱିତୀୟ ଦାବି :- ପ୍ରତି ଗାଁ ଛକା ରେ ସୋଲାର ଲାଇଟର ବ୍ୟବସ୍ଥା, ତୃତୀୟ ଦାବି:- ଗାଁ ଛକ ରେ ସ୍ଵଛ ପାନୀୟ ଜଳ ର ବ୍ୟବସ୍ଥା ନିମନ୍ତେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଆସନ୍ତା ମାସ ଅର୍ଥାତ ନଭେମ୍ବର ମାସ ୦୨/୧୧/୨୦୨୬, ସୋମବାର ସକାଳ ୬:୩୦ ରେ ମଣିଭଦ୍ରା ମା କଳାପଟା ମନ୍ଦିର ଠାରୁ ଗଣିଆ ବ୍ଲକ ଅଫିସ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଜନପଦଯାତ୍ରା କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ପଦ ଯାତ୍ରାର ନେତୃତ୍ୱନେବେ ଯୁବନେତା ରାକେଶ କୁମାର ରାଉତ, ଯୁବ ସମାଜସେବି ଶ୍ରୀତମ ସାହୁ, ଯୁବସମାଜ ସେବି ସନ୍ତୋଷ ମହାକୁଡ଼ ଓ ଯୁବ ସମାଜ ସେବି ଦୀପକ ମହାନ୍ତିବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।
ତେଣୁ ଗଣିଆ ବ୍ଲକର ସମସ୍ତ ଯୁବପିଢ଼ି ଏଥିରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି ।