ରାସ୍ତା ନିର୍ମାଣ ନହେଲେ ଆନ୍ଦୋଳନର ଚେତାବନୀ
ଗଣିଆ,-(ବିଶ୍ୱରଂଜନ ସେଠି ) ଗଣିଆ ବ୍ଳକର ମୁଖ୍ୟାଳୟ ଗଣିଆ ଠାରୁ ବଡ଼ମୂଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ରାସ୍ତାର ରୂପରେଖ ବଦଳି ପାରୁ ନାହିଁ । ଅତୀତରେ ଏହି ରାସ୍ତା ପାଇଁ ଗଣିଆ ବ୍ଳକର ୩ଗୋଟି ପଂଚାୟତର ହଜାର ହଜାର ଜନସାଧାରଣ ଉକ୍ତ ରାସ୍ତା ନିମନ୍ତେ ସରକାରଙ୍କୁ ବହୁବାର ଅଭିଯୋଗ କରିବା ସହିତ ରାସ୍ତରୋକ, ଗଣଧାରଣା ଆଦି କରିଥିଲେ ମଧ୍ୟ ଅଦ୍ୟାବଧି ରାସ୍ତା କର୍ଯ୍ୟ ସମାପନ ସଂପୁର୍ଣ୍ଣ ହୋଇ ପାରିନାହିଁ । ଗଣିଆ-କଳାପାଟ ପୂର୍ତ ରାସ୍ତାକୁ ଅକ୍ତିଆର କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ଏହି ପୂର୍ତ ରାସ୍ତାର ଗଣିଆ ଠାରୁ କଳାପାଟ ପର୍ଯ୍ୟନ୍ତ ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ହାତକୁ ନେଇଛି ।

ଗତ ୭ବର୍ଷ ତଳେ ପ୍ରଥମ ପର୍ଯ୍ୟାୟରେ ଗଣିଆ ବଜାର ଠାରୁ କଳାପାଟ ଠାକୁରାଣୀ ପୀଠ ୧୦କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ରାସ୍ତାର ଅନେକସ୍ଥାନରେ ଖାଲଖମା ସୃଷ୍ଟି ହୋଇଗଲାଣି । ଏହି ରାସ୍ତାର ୧୦କି. ଉି. ପର୍ଯ୍ୟନ୍ତ ରାସ୍ତ ପିଚୁ ଓ କଂକ୍ରିଟ କରାଯିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରଣାଳୟ, ଭାରତସରକାରଙ୍କ ତରଫରୁ ୩୪୫.୧୬ଲକ୍ଷ ଟଙ୍କା ମଂଜୁର କରାଯାଇଥିବା ସହ ୫ବର୍ଷ ରକ୍ଷରାବେକ୍ଷଣ ପାଇଁ ୨୯.୭୫ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । କିନ୍ତୁ ଯାହା ନିମନମାନର କାର୍ଯ୍ୟ ହେଲା ତାପରେ ଅଭିଯୋଗ ସତ୍ୱେ ଉକ୍ତ ରାସ୍ତାର ମରାମତି ପାଇଁ ଅର୍ଥ ମଂଜୁର ହୋଇଥିଲେ ମଧ୍ୟ ମରାମତିର ଅବଧି ସରିଯାଇଥିଲେ ମଧ୍ୟ ଆଉ ମରାମତି କରାଯାଇନାହିଁ । ଫଳରେ ଉକ୍ତ ରାସ୍ତାର ଅବସ୍ଥା ଆଖିରେ ଦେଖିହେବନାହିଁ । ରାସ୍ତାଟି ଆଣ୍ଠୁଏ ଲେଖାଁଏ ଖାଲ ଖମାରେ ପରିପୁର୍ଣ୍ଣ । ଏ ନେଇ ଛାମୁଣ୍ଡିଆ ଓ ବଡ଼ସିଲିଙ୍ଗା ପଂଚାୟତ ଗ୍ରାମବାସୀଙ୍କ ତରଫରୁ ବିଗତ ଦିନରେ ଦୁଇ ଦୁଇଥର ରାସ୍ତାରୋକ ଓ ଗଣଧାରଣା କରିବାରେ ବିଭାଗୀୟ ଅଧିକାରୀ ଓ ସଂପୃକ୍ତ ଠିକାଦାରଙ୍କ ଲିଖିତ ପ୍ରତିଶୃତି ଦେବା ପରେ ମଧ୍ୟ ଉକ୍ତ ରାସ୍ତା ଅଦ୍ୟାବଧି ସଂପୁର୍ଣ୍ଣ ହୋଇପାରିଲା ନାହିଁ । ସୁଚନା ଥାଉକି ଗତ ଜିଲାପାଳଙ୍କ ଜନଶୁଣାଣୀରେ ନୟାଗଡ଼ ଜିଲାପାଳ ମଧୁମିତା ରଥ ନିଜେ ସ୍ଥାନୀୟ ଅଂଚଳର କିଛି ଲୋକଙ୍କ ସହିତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଗଣିଆ ଠାରୁ କଳାପାଟ ପର୍ଯ୍ୟନ୍ତ ଯାଇଥିଲେ । ସେ ରାସ୍ତାକୁ ଦେଖି କ୍ଷୋଭ ପ୍ରକାଶ କରିବା ସହିତ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଖୁବଶୀଘ୍ର ରାସ୍ତା କାମ ଆରମ୍ଭ କରିବା ପାଇଁ କହିଥିଲେ । କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପୁର୍ତ ବିଭାଗକୁ ରାସ୍ତା କାମ ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ରାସ୍ତା କାମ ଆଗେଇ ପାରୁନଥିବା ପୁର୍ତବିଭାଗ କନ୍ିଷ୍ଠ ଯନ୍ତ୍ରୀ କହିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପୁର୍ତ ବିଭାଗକୁ ଦାୟିତ୍ୱ ସ୍ଥାନାନ୍ତରିତ କେବେ କରାଯିବ ତାହା ଅଂଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶଯୋଗ୍ୟ, ଗଣିଆ ବ୍ଲକ ସାଉଥ ବଡମୂଳ ମଙ୍ଗାନାସୀଠାରେ ପ୍ରାକୃତିକ ପର୍ଯ୍ୟଟ୍ଟନ କେନ୍ଦ୍ର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ରହିଅଛି । ବର୍ଷସାରା ଏଠାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟ୍ଟକ ଆସିଥାନ୍ତି । ରାସ୍ତାର ଏଭଳି ଦୁରାବସ୍ଥା ଦେଖି ପର୍ଯ୍ୟଟ୍ଟକମାନେ ଏଠାକୁ ପୁନଃର୍ବାର ଆସିବା ପାଇଁ ଅନିଛା ପ୍ରକାଶ କରୁଥିବା ଜଣାପଡିଛି ।