CCTV ଖୋଲିଲା ରାମ ମନ୍ଦିର ଚାନ୍ଦା ଚୋରିର ଗୁମର। ରାମ ମନ୍ଦିର ‘ଦାନ ଅର୍ଥ ଚୋରି’ର କଲା ପର୍ଦ୍ଦାଫାସ ?

ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ମାମଲାରେ ସୁପ୍ରିମକୋର୍ଟରେ ଆଜି SIT ତଦନ୍ତର ଷ୍ଟାଟସ୍ ରିପୋର୍ଟ ଉପରେ ବିସ୍ତୃତ ତଥ୍ୟ ଦିଆଯାଇଛି ।ସୋମବାର (ସେପ୍ଟେମ୍ବର ୨୧) ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଛନ୍ତି ଯେ, SIT ସଂଗୃହିତ ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣଗୁଡ଼ିକର ସୂକ୍ଷ୍ମ ଯାଞ୍ଚ କରିଛି। କୋର୍ଟ ଏହି ଷ୍ଟାଟସ୍ ରିପୋର୍ଟକୁ ରେକର୍ଡରେ ରଖିବା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହୋଇଥିବା ସାକ୍ଷୀଙ୍କ ବୟାନ ଓ ପ୍ରମାଣ ବିଷୟରେ ସୂଚନା ନେଇଛନ୍ତି।ରିପୋର୍ଟ ଅନୁସାରେ, ମନ୍ଦିରରେ ମିଳୁଥିବା ମୂଲ୍ୟବାନ ଦାନ ସାମଗ୍ରୀର ରସିଦ ଏକ ସଫ୍ଟୱେର ମାଧ୍ୟମରେ ପ୍ରସ୍ତୁତ ହୁଏ ଏବଂ ସେଗୁଡ଼ିକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଲକର୍‌ରେ ରଖାଯାଏ । ପୂର୍ବରୁ SIT ତଦନ୍ତରେ ମଧ୍ୟ ଚାନ୍ଦା ଗଣନା ପ୍ରକ୍ରିୟାରେ ସୁରକ୍ଷା ବ୍ୟବସ୍ଥାର ଅନେକ ଅନିୟମିତତା ସାମ୍ନାକୁ ଆସିଥିଲା । ସଲିସିଟର ଜେନେରାଲ କୋର୍ଟଙ୍କୁ କହିଛନ୍ତି ଯେ SITର ତଦନ୍ତ ପ୍ରାୟ ଶେଷ ହୋଇଛି ଏବଂ ସେପ୍ଟେମ୍ବର ୨୫ ସୁଦ୍ଧା ଚାର୍ଜଶିଟ୍‌ ଦାଖଲ କରାଯି ବ। ପ୍ରଥମ ଗିରଫର ୯୦ ଦିନର ଅବଧି ମଧ୍ୟ ସେହି ଦିନ ପୂରଣ ହେଉଥିବାରୁ ତାହା ପୂର୍ବରୁ ଚାର୍ଜସିଟ୍‌ ଦାଖଲ କରିବା ଆବଶ୍ୟକ ବୋଲି ସରକାରୀ ପକ୍ଷ କହିଛି ।ଜୁନ୍ ମାସରେ ପ୍ରଥମ ଏଫ୍‌ଆଇଆର୍ (FIR) ରୁଜୁ ହେବା ପରେ ଉତ୍ତର ପ୍ରଦେଶ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଥିରେ ଚୋରି, ବିଶ୍ୱାସଘାତକତା, ଚୋରା ସମ୍ପତ୍ତି ଲୁଚାଇବା ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଛି। ଅବିନାଶ ଶୁକ୍ଲାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି ଏବଂ ଅନ୍ୟ ୫ ଜଣ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଥିଲେ।