ଷଣ୍ଡ ଉପଦ୍ରଵ ରେ ଚାଷୀକୁଳ ହତାଶ | ଷଣ୍ଡ ପାଇଁଖାଦ୍ୟ ଦିଅ ନଚେତ ଷଣ୍ଡ କୁ ଗୋଶାଳାକୁ ନିଅ

ଜଗତସିଂହପୁର ତା 21/9/26ବାଲିକୁଦା ତହସିଲ ଅନ୍ତର୍ଗତ ବଡ଼ଗାଁ ପଞ୍ଚାୟତ ସ୍ଥିତ କୁଶନପୁର, ନାରଦିଆ, ବଡ଼ରୋଡଙ୍ଗ, ଗଙ୍ଗାଧରପୁର ଆଦି ଅଂଚଳରେ ଷଣ୍ଡମାନଙ୍କ ଉପଦ୍ରଵ ବୃଦ୍ଧିପାଉଛି | ଚଳିତ ବର୍ଷ ଖରିଫ ଋତୁରେ ହଜାର ହଜାର ଏକର ଧାନ କ୍ଷେତକୁ ଷଣ୍ଡ ମାନେ ପ୍ରବେଶ କରି ଖାଇଦେବା ଦ୍ୱାରା ଚାଷୀକୁଳ ହତାଶ ହୋଇ ଘଟଣା ସମ୍ପର୍କ ରେ ବାଲିକୁଦା ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ | ବିଡ଼ିଓ ଚାଷୀ ଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରିନଥିଲେ |ଶେଷରେ ଚାଷୀମାନେ ଏକତ୍ରିତ ହୋଇ ପଚାଶ ରୁ ଉର୍ଦ୍ଧ ଷଣ୍ଡ ଙ୍କୁ ଏକ ଆବଦ୍ଧ କୋଠରୀରେ ବାନ୍ଧି ରଖି ପାଳିକରୀ ମାସ ମାସ ଧରି ଖାଦ୍ୟ ପେୟ ଦେଇଆସୁଛନ୍ତି ହେଲେ ଜ଼ିଲ୍ଲା ପ୍ରଶାସନ ତରଫରୁ ଚାଷୀମାନଙ୍କୁ କୌଣସି ସହାୟତା ନମିଳିବାରୁ ଶେଷରେ ଚାଷୀ ମାନେ ହତାଶ ହୋଇ ସମସ୍ତ ଷଣ୍ଡ କୁ ଗୋଶାଳା ରେ ରଖନ୍ତୁ ଆଉ ଆମେ ଷଣ୍ଡ କୁ ଖାଇବାକୁ ଦେଇପାରିବୁନାହିଁ ବୋଲି ଶତାଧିକ ଚାଷୀ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ