ଦଶହରାରେ ମା’ଙ୍କ ପାଇଁ ଚାନ୍ଦିମେଢ଼ ଓ ସୂର୍ଣ୍ଣ ଅଳଙ୍କାର କରିବା ପାଇଁ ଅଗ୍ରସର ହେଉଛନ୍ତି କଟକ ପୂଜା କମିଟି
ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । ମା’ଙ୍କ ଆଗମନ ପାଇଁ ରୌପ୍ୟ ନଗରୀ କଟକରେ ଆରମ୍ଭ ହେଲାଣି ସାଜସଜ୍ଜା । ଦଶହରାରେ ସିଲ୍ଭର୍ ସିଟିର ଏକ ପ୍ରମୁଖ ବିଶେଷତା ହେଉଛି ଏହାର ଚାନ୍ଦି ମେଢ଼ ।ଭାଇଚାରାର ସହର କଟକରେ ଦଶହରାରେ ଶୋଭାପାଇବ ହଜାର କୋଟିରୁ ଅଧିକ ଟଙ୍କାର ଚାନ୍ଦି ମେଢ଼, ଯାହା ସାରା ଭାରତ ବର୍ଷରେ ନୂଆ ପରିଚୟ ସୃଷ୍ଟି କରିଛି । ରୂପା ଦର କିଲୋ ପ୍ରତି ଅଢ଼େଇ ହଜାରରୁ ଅଢ଼େଇ ଲକ୍ଷ ଛୁଇଁଲାଣି, ତଥାପି ପ୍ରତ୍ୟକ ବର୍ଷ କଟକ ପୂଜା ମଣ୍ଡପରେ ନୂଆ ନୂଆ ଚାନ୍ଦି ମେଢ଼ ପ୍ରସ୍ତୁତ ହେଉଛି । ସହରରେ ଚାନ୍ଦି ମେଢ଼ ସଂଖ୍ୟା 36ରେ ପହଞ୍ଚିଲାଣି । ଆଗାମୀ 5 ବର୍ଷ ମଧ୍ୟରେ ଏହାର ସଂଖ୍ୟା ଆହୁରି ବଢିବ ବୋଲି ପୂଜା କମିଟି ଆଶା କରିଛନ୍ତି ।ରୂପା ସହ ସୁନାର ଚାହିଦା ବି କିଛି କମ୍ ନୁହେଁ । ଏବେ ସୁନା 10 ଗ୍ରାମର ଦାମ ଦେଢ଼ ଲକ୍ଷ ଟଙ୍କା ଉପରେ ଥିବା ସତ୍ତ୍ବେ ଅନେକ ପୂଜା କମିଟି, ମା’ଙ୍କ ପାଇଁ ସୁନା ଅଳଙ୍କାର କରୁଛନ୍ତି ।