ଜୁଲାଇ ୯ରୁ ୧୫ ଯାଏ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା
ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ପାଇଁ ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତା ୨୬ ତାରିଖରୁ ଆବେଦନ ଆରମ୍ଭ ହେବ । ଜୁନ୍ ୩୦ ତାରିଖ ରାତି ୧୧ଟା ୪୫ ମିନିଟ୍ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍ ୱେବ୍ସାଇଟରେ ଆବେଦନ କରିପାରିବେ । ଜୁଲାଇ ୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଜୁଲାଇ ୯ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଅଗଷ୍ଟ ୧୨ ସୁଦ୍ଧା ସମସ୍ତ ପର୍ଯ୍ୟାୟ ନାମଲେଖା ଶେଷ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୬ ତାରିଖରେ ସ୍ଲାଇଡ୍-ଅପ୍ ଅପସନ୍ ଦେଇପାରିବେ। ଏହାପରେ ଜୁଲାଇ ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଚୟନ ଛାତ୍ରୀଛାତ୍ର ୨୪ରୁ ୨୮ ତାରିଖ ମଧ୍ୟରେ ନାମଲେଖାଇବେ। ଏହାପରେ ସ୍ପଟ୍ ନାମଲେଖା ପାଇଁ ଜୁଲାଇ ୩୦ରୁ ଅଗଷ୍ଟ ୨ ମଧ୍ୟରେ ପିଲାମାନେ ଚଏସ୍ ଲକିଂ କରିବେ। ୬ ତାରିଖରେ ଏହାର ମେଧା ତାଲିକା ପ୍ରକାଶ ପାଇବା ପରେ ୭ରୁ ୧୨ ତାରିଖ ମଧ୍ୟରେ ସେମାନେ ନାମଲେଖାଇ ପାରିବେ।ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଅଗଷ୍ଟ ୭ ତାରିଖ ମଧ୍ୟାହ୍ନ ୧୨ଟାରୁ ୧୨ ତାରିଖ ରାତି ୯ଟା ମଧ୍ୟରେ କଲେଜରେ ରିପୋର୍ଟିଂ କରିବେ । ମାତ୍ର ଜୁଲାଇ ୨୩ରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ସମସ୍ତ ସୂଚନା ସାମ୍ସ ୱେବ୍ସାଇଟ୍ https://hss.samsodisha.gov.in/newHSS/index.aspxରେ ଉପଲବ୍ଧ ରହିଛି । ଆବେଦନ ସମୟରେ କୌଣସି ସମସ୍ୟାର ସମାଧାନ ପାଇଁ ସଂଯୋଗ ସହାୟତା ନମ୍ବର ୧୫୫୩୩୫, ୧୮୦୦୩୪୫୬୭୭୦ରେ କିମ୍ବା ଇ-ମେଲ୍ ଆଇଡି sams.dhse@gov.inରେ ଯୋଗାଯୋଗ କରିପାରିବେ ।